ଶ୍ୟାମସୁନ୍ଦରପୁର ଶାରଳା ବିହାର ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ସ୍ଥିତ ଶାରଳାବିହାରର ଆଭ୍ୟନ୍ତରୀଣ ରାସ୍ତା ନିର୍ମାଣ କରାଯିବା ସହ ପାନୀୟ ଜଳ ଯୋଗାଣ କରାଯିବା ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ଶାରଳାବିହାରର ଆଭ୍ୟନ୍ତରୀଣ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଯାଇଯାଇଥିବା ବେଳେ ବର୍ଷା ଦିନରେ ସେହିସବୁ ଖାଲଖମାରେ ବର୍ଷାପାଣି ଭର୍ତ୍ତି ହୋଇ ନାଳନଦୀର ଭ୍ରମ ସୃଷ୍ଟି କରିଛି । ସେହି ରାସ୍ଥାଦେଇ ଶାରଳାବିହାରରୁ ଦୈନିକ ସ୍କୁଲ ଓ କଲେଜକୁ ପିଲାମାନେ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହିତ ପାନୀୟ ଜଳ ଯୋଗାଣର ସୁବିଧା ନଥିବାରୁ ଶତାଧିକ ଶାରଳାବିହାରବାସୀ ଲୋକମାନେ ପିଇବା ପାଣି ପାଇପାରୁ ନାହାନ୍ତି । ଏଣୁ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରାଯିବାକୁ ସୁବାଷ ଚନ୍ଦ୍ର ସ୍ୱାଇଁ, କିଶୋର ଚନ୍ଦ୍ର ସ୍ୱାଇଁ, ରମାକାନ୍ତ ପାଢୀ, ପ୍ରଣତୀ ଜେନା, ସଚ୍ଚିଦାନନ୍ଦ ବଳ, ସନ୍ତୋଷ କୁମାର ସାମଲ, କମଳିନୀ ବେହେରା, ନଳିନୀକାନ୍ତ ପ୍ରଧାନ, ବନିତା ସାମଲ, ଦାମୋଦର ସାହୁ, ନିର୍ଝରିଣୀ ସାହୁ, ଟିଟୁନା କୁମାର ସେଠୀ, ସୁଷମା ମଲ୍ଲ, ଅଭିମନ୍ୟୁ ପ୍ରଧାନ, କ୍ଷିରୋଦ କୁମାର ଦାସ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ