ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ସ୍ବାସ୍ଥ୍ୟସେବା
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତ ଥିଲେ ବି ଡାକ୍ତରଖାନାକୁ ନିୟମିତ ଆସୁ ନ ଥୁବାରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ଡାକ୍ତର ମାନେ ନିଜ ଇଚ୍ଛାରେ ଆସୁଥିବାରୁ ଅନେକ ସ୍ୱାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟଙ୍କ ଭରସାରେ ସ୍ବାସ୍ଥ୍ୟସେବା ଚାଲିଛି। ଯାହାର ଉଦାହରଣ ସୁନ୍ଦରାପାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି | ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର, ଆୟୁଷ ଡାକ୍ତର, ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀ ନିଯୁକ୍ତ ରହିଛନ୍ତି। କିନ୍ତୁ ଏହି ଡାକ୍ତରଖାନାରେ ନିଯୁକ୍ତ ଡାକ୍ତର ନିଜ ଇଚ୍ଛାରେ ଆସୁଥିବା ବେଳେ ସପ୍ତାହରେ ଦୁଇ ଦିନ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି | ସୋମବାର ଡାକ୍ତରଖାନାକୁ ଆସି ନ ଥିବା ବେଳେ ତାଙ୍କ ଚିକିତ୍ସା ଗୃହଟି ତାଲା ପଡିଥିବା ଦେଖୁବାକୁ ମିଳିଥିଲା । ଦୈନିକ ୭୦ରୁ ଊର୍ଦ୍ଧ୍ବ ରୋଗୀ ଆସୁଥିବା ବେଳେ ଫାର୍ମାସିଷ୍ଟ ସେମାନଙ୍କ ରୋଗ କଥା ଶୁଣି ଚିକିତ୍ସା କରିବା ସହିତ ମାଗଣା ଔଷଧ ପ୍ରଦାନ କରିଥାନ୍ତି। ଯାହାକି ରୋଗୀମାନେ ଅଧୂକ ସମୟ ଲାଇନ୍ରେ ଛିଡା ହେବାକୁ ପଡିଥାଏ I ଏହି ଡାକ୍ତରଖାନା ଉପରେ ୩୦ରୁ ଊର୍ଦ୍ଧ୍ବ ଗାଁର ଲୋକମାନେ ନିର୍ଭର ନିର୍ଭର କରୁଥିବା ବେଳେ ଫାର୍ମାସିଷ୍ଟଙ୍କ ଭରସାରେ ଡାକ୍ତରଖାନାଟି ଚାଲିଛି। ଯେଉଁଦିନ ଫାର୍ମାସିଷ୍ଟ ଛୁଟି ନେଇଥାନ୍ତି ସେହିଦିନ ଡାକ୍ତର ଆସିଥାନ୍ତି। ତେବେ ସୋମବାର ଡାକ୍ତର ଛୁଟିରେ ଥିଲେ ନା ନିଜ ଇଚ୍ଛାରେ ଆସି ନ ଥିଲେ ତାକୁ ନେଇ ପ୍ରଶ୍ନ ଉଠୁଛି। ବିଶେଷ କରି ଡାକ୍ତରଖାନା ଗୁଡିକର ସ୍ୱାସ୍ଥ୍ୟସେବା ଯୋଗାଣକୁ ନେଇଉପଯୁକ୍ତ ତଦାରଖ ହେଉ ନ ଥିବାରୁ ଡାକ୍ତର ଥାଇବି ଅଧିକାଂଶ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟୟ ହୋଇ ପଡ଼ିଛି। ଏହାକୁ ନେଇ ଶାଳଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଭାତ କୁମାର ନାୟକଙ୍କୁ ପଚାରିବାରୁ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଥିଲେ I