ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଭାଦ୍ରବ ପୂର୍ଣ୍ଣିମା ଠାରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ବେଦ ପ୍ରଚାର କାର୍ଯ୍ୟକ୍ରମ ହେବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆର୍ଯ୍ୟ ସମାଜ ଓଡ଼ିଶା ପକ୍ଷରୁ ଆସନ୍ତା ଭାଦ୍ରବ ପୂର୍ଣ୍ଣିମା ୧୯ ତାରିଖ ଠାରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ୨୬ ତାରିଖ ପର୍ଯ୍ୟନ୍ତ, ବାର୍ଷିକ ଶ୍ରାବଣୀ ଉପାକର୍ମ ମହୋତ୍ସବ, ସପ୍ତାହବ୍ୟାପୀ ପାଳନ କରାଯିବ ବୋଲି ଆଜି ପୂର୍ବାହ୍ନରେ ଆର୍ଯ୍ୟସାମଜ, ଓଡ଼ିଶା ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥ ଶ୍ରୀ ଅରବିନ୍ଦ ନଗରଠାରେ ସ୍ୱାମୀ ବ୍ରହ୍ମାନନ୍ଦ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ, ବେଦବିତ୍ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି ।ବରିଷ୍ଠ ବେଦ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କହିଲେ ଯେ, ଆସନ୍ତା ଭାଦ୍ରବ ପୂର୍ଣ୍ଣିମା ୧୯ ତାରିଖ ଦିନ, ଚନ୍ଦ୍ରଶେଖପୁର ଶ୍ରୀ ଅରବିନ୍ଦ ନଗରଠାରେ ଥିବା ସ୍ୱାମୀ ବ୍ରହ୍ମାନନ୍ଦ ଭବନରେ ପୂର୍ବାହ୍ନ ୯ ଘଟିକା ସମୟରେ ବାର୍ଷିକ ଶ୍ରାବଣୀ ଉପାକର୍ମ ଓ ରକ୍ଷାବନ୍ଧନ ମହୋତ୍ସବକୁ ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ ଓ ମୁଖ୍ୟ ଅତିଥି ଭାବେ ପ୍ରଖ୍ୟାତ ସଂସ୍କୃତ ବିଦ୍ୱାନ ପ୍ରଫେସର ଡଃ ହରେକୃଷ୍ଣ ଶତପଥି ଯୋଗଦେବେ । ୨୦ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ବର୍ଗର ବେଦ ଓ ବୈଦିକ କାର୍ଯ୍ୟକ୍ରମକୁ ଶ୍ରଦ୍ଧା କରୁଥିବା ବ୍ୟକ୍ତିବିଶେଷଙ୍କ ବାସଭବନରେ ଯଜ୍ଞ ଓ ବେଦ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉଦ୍‌ଯାପନ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ୨୬ ତାରିଖ ଦିନ ପ୍ରଫେସର ଡଃ ସଂଘମିତ୍ରା ମିଶ୍ରଙ୍କ ଶହୀଦନଗର ବାସଭବନରେ ଅନୁଷ୍ଠିତ ହେବ । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସନ୍ଥ ସନ୍ନ୍ୟାସୀ, ବିଦ୍ୱାନ, ପଣ୍ଡିତ ଓ ବ୍ରହ୍ମଚାରୀମନେ ଯୋଗଦେବେ ବୋଲି ପଣ୍ଡିତ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଆର୍ଯ୍ୟସମାଜ ଓଡ଼ିଶାର କାର୍ଯ୍ୟକାରୀ ସଭାପତି ଡଃ ବଦ୍ରୀନାଥ ପଟ୍ଟନାୟକ ଓ ସମ୍ପାଦକ ପଣ୍ଡିତ ବିନୋଦ ବିହାରୀ ଦାସ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ