ମହିଳା ଓ ଶିଶୁ ବିକାଶ ପରିସଂଖ୍ୟାନ ସହାୟକ ସଂଘର ବାର୍ଷିକ କାର୍ଯ୍ୟକାରୀ ପରିଷଦ ବୈଠକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହିଳା ଓ ଶିଶୁ ବିକାଶ ପରିସଂଖ୍ୟାନ ସହାୟକ ସଂଘର ବାର୍ଷିକ କାର୍ଯ୍ୟକାରୀ ପରିଷଦ ବୈଠକ ଭୁବନେଶ୍ୱରସ୍ଥିତ ରେଡ଼କ୍ରସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନସ୍ଥ କନିଷ୍ଠ ସହାୟକ (ପରିସଂଖ୍ୟାନ)ଙ୍କ ଚାକିରୀ ସମ୍ବନ୍ଧୀୟ ଭବିଷ୍ୟତ ଯଥା : କ୍ୟାଡ଼ର ଗଠନ, ଗ୍ରେଡ଼େସନ ତାଲିକା ତଥା ପଦୋନ୍ନତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ କନିଷ୍ଠ ସହାୟକ (ପରିସଂଖ୍ୟାନ) ଯୋଗ ଦେଇଥିଲେ । ଏହି ସଭାରେ ମୁଖ୍ୟ ଦାବି ସ୍ୱରୂପ ଉଚ୍ଛେଦ ହୋଇଥିବା ପରିସଂଖ୍ୟାନ ସହାୟକ (ଲେବୁଲ୍-୯)କୁ ସ୍ଥ୍ାପନ କରି ବର୍ତ୍ତମାନ କାର୍ଯ୍ୟରତ କନିଷ୍ଠ ପରିସଂଖ୍ୟାନ ସହାୟକ (ଲେବୁଲ୍-୪)ଙ୍କୁ ପୁନଃ ଲେବୁଲ୍-୯ରେ ପଦୋନ୍ନତି ନିମନ୍ତେ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯିବ ।ଏହି ସଭାରେ ରାଜ୍ୟ ନେତୃତ୍ୱଙ୍କ ସମେତ ଜିଲ୍ଲା ନେତୃତ୍ୱବୃନ୍ଦମାନେ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ପ୍ରୀତମ ଏପ୍ସିଲନ (ଲକି) ଅଧ୍ୟକ୍ଷତାରେ ସଭା ପରିଚାଳିତ ହୋଇଥିଲା । ସର୍ବଶେଷରେ ଆବାହକ ନିଲୁ କୁମାର ନାହାକ ଧନ୍ୟବାଦ ଜ୍ଞାପନ କରି ସଭା ସାଙ୍ଗ କରିଥିଲେ । ଏଥିରେ ପଦାରବିନ୍ଦ କର, ନନ୍ଦୀତା ମହାନ୍ତି, ରାମଚନ୍ଦ୍ର ସ୍ୱାଇଁ, ବିସନେଜୟ ପୃଷ୍ଟି, ପ୍ରୀତିପ୍ରଜ୍ଞା ବାରିକ, ମାନସ ତରାଇ, ଶୁଭ୍ରାଂଶୁ ଶେଖର ସାହୁ, ମଧୁସ୍ମିତା ପରିଜା, ସିଦ୍ଧାନ୍ତ କୁମାର ସାହୁ, ରାଜେଶ ଖାରା, ଇନ୍ଦ୍ର ବଠ ବଂ ଅନ୍ୟାନ୍ୟ ସମସ୍ତ ଜିଲ୍ଲାର ସଦସ୍ୟ ଉପସ୍ଥିତ ଥିଲେ ।