ପ୍ଲାଷ୍ଟର ଅଫ ପ୍ୟାରିସ ଗଣେଶ ମୂର୍ତ୍ତି ବିକ୍ରି ଉପରେ ନିଷେଧାଦେଶ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଏବଂ ସମଗ୍ର ଜିଲ୍ଲାର ମୋଟ ୭ ଗୋଟି ବ୍ଲକରେ ଚଳିତ ବର୍ଷ ହେବାକୁ ଥିବା ଗଣେଶ ପୂଜାରେ ପ୍ଲାଷ୍ଟର ଅଫ ପ୍ୟାରିସ ଗଣେଶ ମୂର୍ତ୍ତି ବିକ୍ରି ନିମନ୍ତେ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ନିଷେଧାଦେଶ ଜାରି ହୋଇଛି. ଏନେଇ ବ୍ୟବସାୟୀମାନଙ୍କ ମୁଣ୍ଡରେ ଚଡକ ପଡିଛି. ବର୍ତ୍ତମାନ ତିଆରି କରିଥିବା ଗଣେଶ ମୂର୍ତ୍ତି ଗୁଡିକୁ କଣ କରିବେ ବୋଲି ଅତ୍ୟନ୍ତ ଚିନ୍ତାରେ ରହିଛନ୍ତି ବ୍ୟବସାୟୀମାନେ. ବିଗତ ବର୍ଷ ମଧ୍ୟ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ଲାଷ୍ଟର ଅଫ ପାରିସ ମୂର୍ତ୍ତି ବ୍ୟବହାର ନ କରିବା ପାଇଁ ତାଗିଦ୍ କରାଯାଇଥିଲା | ପୂଜା ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟର ଅଫ ପାରିସ ମୂର୍ତି ବଦଳରେ ମାଟି ମୂର୍ତ୍ତି ବ୍ୟବହାର କରିବା ପାଇଁ ଜନ ସାଧାରଣଙ୍କୁ ନିବେଦନ କରିବା ସହିତ ଡ଼ାକ ବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଛି ଯେ, ଗଜପତି ଜିଲ୍ଲା ପ୍ରଶାସନ ପ୍ଲାଷ୍ଟର୍ ଅଫ ପାରିସ ମୂର୍ତି ପରିବେଶ ପାଇଁ କ୍ଷତିକାରକ ହୋଇଥିବା ଯୋଗୁଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜିଲ୍ଲାପାଳ ନିର୍ଦ୍ଦେଶକ୍ରମେ ମୂର୍ତ୍ତି ଗୁଡିକରେ ପ୍ରାକୃତିକ ରଙ୍ଗ ବ୍ୟବହାର କରିବା ସହ ବିସର୍ଜନ ପାଇଁ କୁତ୍ରୀମ ପୋଖରୀ ବ୍ୟବ‌ହାର କରିବା, ପୂଜାରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବ‌ହାର ନ କରିବା ପାଇଁ ଲୋକଙ୍କୁ ସଚେତନ କରାଯିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି. ବର୍ତ୍ତମାନ ବ୍ୟବସାୟୀମାନେ ଏନେଇ ଚିନ୍ତାରେ ପଡ଼ିଛନ୍ତି। ଚଳିତ ବର୍ଷ ଗଣେଶ ପୂଜା ନିମନ୍ତେ ବ୍ୟବସାୟୀ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ତିଆରି କରି ବିକ୍ରି ପାଇଁ ପ୍ରସ୍ତୁତ ଥିବା ସମୟରେ ପ୍ରଶାସନର ଏଭଳି ନିର୍ଦେଶ ସେମାନଙ୍କ ମୁଣ୍ଡରେ ଚଡକ ପଡିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ