ଜି.ସି ଗାର୍ଲସ ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକ ଓରାଳି ସ୍ଥିତ ଗୋପାଳଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଚଲିଥିବା ଏହି କ୍ରୀଡାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୧୦୦ମିଟର, ୨୦୦ମିଟର ଓ ୪୦୦ମିଟର ଦୌଡ, ଲମ୍ବଡିଆଁ, ଉଚ୍ଚ ଡିଆଁ, ଗଣିତ ଦୌଡ, ସଟଫୁଟ, ଡିସ୍‌କସ୍‌, ଫିକିଙ୍ଗ ଦ ବଲ, ଦଉଡିଡିଆଁ, ଅଖା ଦୌଡ, ସ୍ଲୋ ସାଇକଲ ରେସ, ପୁଚି, ଝୋଟି , ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ଖେଳ ଶିକ୍ଷକ ସଚିନଦେବ ରାଉତ କ୍ରୀଡା ପରିଚାଳନା କରିଥିଲେ । ଆନନ୍ଦ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ନିରଞ୍ଜନ ନାୟକ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ସୁଦର୍ଶନ ସେଠୀ, ସମ୍ମାନୀତ ଅତିଥିଭାବେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜ୍ୟୋତିର୍ମୟୀ ବେହେରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ସହିତ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷକ ସଚିନଦେବ ରାଉତ ସ୍ୱାଗତ ଭାଷଣ ଦେଇଥିବାବେଳେ ଶିକ୍ଷକ ଦୁର୍ଯ୍ୟୋଧନ ଜେନା ମଞ୍ଚ ସଂଯୋଜନା କରିôତଲେ । ବିଦୁଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷୟତ୍ରୀ ଦିବ୍ୟାଭାରତୀ ବେହେରା, ଜୟଶ୍ରୀ ଜେନା, ସନ୍ତୋଷ କୁମାର ଧଳ, ଚିତ୍ତରଞ୍ଜନ ବେହେରା, ଗଙ୍ଗାଧର ସାହୁ, ନିର୍ମଳ ଚନ୍ଦ୍ର ଜେନା, ଅଜୟ କୁମାର ଦାସ ପ୍ରମୁଖ କାର୍ଯ୍ରକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ