ମଙ୍ଗଳା ମନ୍ଦିର ଭୋଗ ଓ ଦୀପ ଦୋକାନ ଟେଣ୍ଡର ଡାକରା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେଵୀ ଜଗତଜନନୀ ମା ମଙ୍ଗଳା, କେବଳ କାକଟପୁର କି ପୁରୀ ନୁହେଁ ବରଂ ଆମ ରାଜ୍ୟ ଓ ଭାରତ ବର୍ଷ ର ଅନେକ ସ୍ଥାନରୁ ବର୍ଷ ତମାମ ମା ଙ୍କ ପୀଠ ରେ ବିଭିନ୍ନ ଭକ୍ତ ଙ୍କ ସମାଗମ ହୁଏ, ଓଡିଶା ର ଅନେକ ଶକ୍ତିପୀଠ ରେ କେବଳ ଶାରଦୀୟ ଦୁର୍ଗା ପୂଜା ଅନୁଷ୍ଠିତ ହେଉଥିବା ବେଳେ ଏହି ପୀଠ ରେ ବାସନ୍ତିକ, ଚୈତ୍ର ମାସ ଝାମୁ, ପଣା ସଂକ୍ରାନ୍ତି ଓ ଶାରଦୀୟ ଦୁର୍ଗା ପୂଜା ଅନୁଷ୍ଠିତ ହୁଏ, ଜଗନ୍ନାଥ ମହାପ୍ରଭୁ ଙ୍କ ରୀତିନୀତି ସହିତ ମା ମଙ୍ଗଳା ଙ୍କ ପରିଚୟ ରହିଛି ଯାହା ଅନେକ ବର୍ଷ ଆଗରୁ ମାଦଳା ପାଞ୍ଜି ରେ ଲିପିବଦ୍ଧ, ଏହି ମନ୍ଦିର ରେ ବର୍ଷକୁ ବର୍ଷ ଲକ୍ଷାଧିକ ଟଙ୍କା ଆୟ ହୁଏ, ଦେବୋତ୍ତର କମିସନ ଙ୍କ ଅଧୀନରେ ମା ଙ୍କ ମନ୍ଦିର ସମ୍ପୂର୍ଣ୍ଣ ରହିଥିବା ବେଳେ ଏଠି ସରକାର ଙ୍କ ତରଫରୁ ଜଣେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ନିୟୋଜିତ କରାଯିବା ସହ ସ୍ଥାନୀୟ ତହସିଲଦାର ଙ୍କୁ ଏହି କମିଟି ର ଅଧକ୍ଷ ରୂପେ ନିଯୁକ୍ତି ଦିଆଯାଇଛି, ଚଳିତ ବର୍ଷ ଭୋଗ ଓ ଦୀପ, ପାର୍କିଂ ଓ ଜୋତା ଷ୍ଟାଣ୍ଡ ଟେଣ୍ଡର ପାଈଁ ମନ୍ଦିର ଟ୍ରଷ୍ଟ ତରଫରୁ ସ୍ୱତନ୍ତ୍ର ଭାବେ ଟେଣ୍ଡର ନୋଟିସ ଜାରୀ କରାଯାଇଥିବା ବେଳେ ଏହାକୁ ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ର ପୂର୍ବତନ ପ୍ରମୁଖ ପରିଚାଳକ ପଣ୍ଡିତ ତ୍ରିଲୋଚନ ମିଶ୍ର କିଛି ଅସନ୍ତୋଷ ପ୍ରକାଶ କରିଛନ୍ତି, ସୂଚନା ମୁତାବକ ଶ୍ରୀଯୁକ୍ତ ମିଶ୍ର ଙ୍କ କହିବା ଅନୁସାରେ ଟେଣ୍ଡର ରେ ଦୀପ ଦୋକାନ ରେ ସର୍ବନିମ୍ନ ଦୀପ ର ମୂଲ୍ୟ ୧୦/- ଟଙ୍କା ଧାର୍ଯ୍ୟ କରାଯାଇ ସେଥିରେ ବ୍ରାଣ୍ଡ ଓ ସୁଦ୍ଧ ଅମୁଲ ଓ ଓମ୍ଫେଡ ଘିଅ ବ୍ୟବହୃତ କରିବାକୁ ନିୟମ ଥିବା ବେଳେ ମନ୍ଦିର ଦୀପ ଦୋକାନ ରେ ସର୍ବନିମ୍ନ ୧୦/-ଟଙ୍କା ରୁ ଅଧିକ ଟଙ୍କା ଦୀପ ବିକ୍ରି ହେଉଛି ଓ ସେଥିରେ ସୁଦ୍ଧ ଘିଅ ଦିଆଯାଉନାହିଁ, ଯାହାକି ଫଳରେ ମନ୍ଦିର ପରିବେଶ ରେ ନକଲି ଘିଅ ପ୍ରଭାବ ରେ ଅତ୍ୟଧିକ କାର୍ବନ ଡ଼ାଇଅକ୍ସାଇଡ ନିର୍ଗତ ହୋଇ ପରିବେଶ ଦୂଷିତ ହେବାରେ ଲାଗିଛି, ଲୋକ ଙ୍କ ଧାର୍ମିକ ବିଶ୍ୱାସ ପ୍ରତି ନକଲି ଘିଅ ଏକ ପ୍ରକାର ନକାରାତ୍ମକ ପ୍ରଭାବ ପକାଉଛି, ପଣ୍ଡିତ ମିଶ୍ର ଙ୍କ କହିବା ଅନୁସାରେ ୨୦୦୫ ମସିହା ରୁ ପାଖାପାଖି ୨୦୧୫ ମସିହା ପର୍ଯ୍ୟନ୍ତ ସ୍ବର୍ଗତଃ ଶିକ୍ଷାବିତ ବସନ୍ତ କୁମାର ଦୀକ୍ଷିତ ଟ୍ରଷ୍ଟ ବୋର୍ଡ ର ସଭାପତି ଥିବା ବେଳେ ନିଜେ ପଣ୍ଡିତ ତ୍ରିଲୋଚନ ମିଶ୍ର ଙ୍କୁ ସରକାର ଙ୍କ ତରଫରୁ ପ୍ରମୁଖ ପରିଚାଳକ ରୂପେ ଦାୟିତ୍ୱ ଦିଆଯାଇଥିଲା, ସେହି ସମୟ ରେ ମା ଙ୍କ ହୁଣ୍ଡୀ ରୁ ଏକ କାଳୀନ ୧୦ କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କ ରେ ଫିକ୍ସ ଡିପୋଜିଟ କରାଯାଇଛି ଓ ବର୍ଷକୁ ପାଖାପାଖି ୧ କୋଟି ଟଙ୍କା ର ସୁଧ ମନ୍ଦିର ପରିଚାଳନା ପାଈଁ ବ୍ୟବସ୍ଥା ହୋଇଥିଲା, ତା ସହିତ ସେହି ସମୟ ରେ ଦୀପ ର ସର୍ବନିମ୍ନ ମୂଲ୍ୟ ୨ଟଙ୍କା ରଖାଯାଇ ସେଥିରେ ସୁଦ୍ଧ ଘିଅ ମରାଯାଇ ଭକ୍ତ ଙ୍କୁ ବିକ୍ରି ହେଉଥିଲା କିନ୍ତୁ କିଛି ବର୍ଷ ହେବ ସେହିପରି କାର୍ଯ୍ୟକ୍ରମ ମନ୍ଦିର ରେ ହେଉନାହିଁ, ଦୀପ ରେ ନକଲି ଘିଅ ଦିଆଯାଉଛି କିନ୍ତୁ ଟେଣ୍ଡର ରେ ସୁଦ୍ଧ ଘିଅ ଲେଖାଯାଉଛି, ତେଣୁକରି ପଣ୍ଡିତ ତ୍ରିଲୋଚନ ମିଶ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ମାନ୍ୟବର ଦେବୋତ୍ତର କମିଶନ ଏହି ନକଲି ଘିଅ କିପରି ଆଗାମୀ ଦିନ ରେ ମନ୍ଦିର ରେ ଦୀପ ଦୋକାନ ରେ ବିକ୍ରି ନହୋଇ ଅସଲି ସୁଦ୍ଧ କମ୍ପାନୀ ଘିଅ ଦୀପ ବିକ୍ରି ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ