ନାବାଳିକା ଉଦ୍ଧାର ଅପହୃତା ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ପୁଲିସ ଜଣେ ନାବାଳିକାଙ୍କୁ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗୁରାଣ୍ଡି ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ରାୟଗଡ଼ ବ୍ଲକ ଲକ୍ଷ୍ମୀପୁର ଗ୍ରାମର ନରେଶ ଶବର କିଛି ଦିନ ହେଲା ଅପହରଣ କରି ନେଇଥିଲା | ନାବାଳିକା ପରିବାରଙ୍କ ପକ୍ଷରୁ ଗୁରାଣ୍ଡି ଥାନାରେ ଲିଖିତ ଅଭିଯୋଗରେ ଅଭିଯୋଗକୁ ଭିତ୍ତି କରି ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ଏସ୍‌ଆଇ ବଳରାମ ବେହେରାଙ୍କ ସମେତ ପୁଲିସ ଟିମ୍ ନାବାଳିକାଙ୍କ ସନ୍ଧାନ କରିଥିଲେ I କୌଣସି ସୂତ୍ରରୁ ଗୁରାଣ୍ଡି ପୁଲିସ ନାବାଳିକା ଜଣକ ରା.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ଗ୍ରାମରେ ଥୂବାର ଖବର ପାଇଥିଲେ I ଛେଳିଗଡ଼ ଗ୍ରାମରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ନରେଶ ଶବର (୨୫)କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ