ପୋଲିସ ଧରୁଛି ଚୋରା ଦେଶୀ ମଦ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଅବକାରୀ ବିଭାଗ କୋମାରେ ରହିଥିବା ଅନୁଧ୍ୟାନରୁ ଜଣା ପଡିଛି. ଅବକାରୀ ବିଭାଗ ଚେଇଁ ଶୋଇଥିବାବେଳେ ଗଜପତି ଜିଲ୍ଲାରେ ପୋଲିସ କରୁଛି ଅବକାରୀ ବିଭାଗର କାର୍ଯ୍ୟ. ଅନେକ ସମୟରେ ଦେଶୀ ଚୋରା ମଦ କାରବାରରେ ଅବକାରୀ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ପୋଲିସ ଚଢ଼ଉ କରି ଦେଶୀ ମଦ କାରବାରକୁ ଜବତ କରୁଛି. ଗତ 2 ଦିନ ତଳେ ଗଜପତିର ଗାରାବନ୍ଧ ପୋଲିସ ଅବକାରୀ ବିଭାଗର ମାସିକ ପାଉଣାରେ ଚୋରା ଦେଶୀ ମଦ ଭାଟିରେ ମଦ ତିଆରି ପାଇଁ କଳାସିଂହ ଗ୍ରାମରେ ଗଛିତ ଥିବା ମହୁଲ ପୋଚକୁ ଜବତ କରି ପୋଲିସ ନଷ୍ଟ କରିଥିବା ଜଣା ଯାଇଛି.ବେଆଇନ ଦେଶୀ ମଦ କାରବାର ବୃଦ୍ଧି ପାଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ଜିଲ୍ଲାରେ ହାତଗଣତି ଦେଶୀ ମଦ ଭାଟି ରହିଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଚୋରାରେ ରନ୍ଧା ଦେଶୀ ମଦ ପ୍ରଚୁର ପରିମାଣରେ ମିଳୁଛି । ପାରଳାଖେମୁଣ୍ଡି ସହରରେ ସରକାରୀ ଲାଇସେନ୍ସ ସ୍ବୀକୃତ କୌଣସି ଦେଶୀ ମଦ କାଉଣ୍ଟର ନ ଥିଲେ ହେଁ ମହେନ୍ଦ୍ରତନୟା ନଦୀତଟ, ରାମନଗର, ମାର୍କେଟ ସାହି, ଜାଗିଲି ସାହି ଆଦିରେ ଦେଶୀ ମଦ ପାଉଚ ବିକ୍ରି ହେଉଛି। ସେହିପରି ଚୋରା ରନ୍ଧା ମଦ ମଧ୍ୟ ଖୋଲାଖୋଲି ଭାବେ ବିକ୍ରି ହେଉଛି | କାଶୀନଗର ବ୍ଲକରେ ଅବକାରୀ ସ୍ବୀକୃତପ୍ରାପ୍ତ ଏକ ମାତ୍ର ଭାଟି ଚାଲୁ ରହିଥ‌ିବା ବେଳେ ଅନ୍ୟ କେଉଁରେ ମଦଭାଟି ପାଇଁ ଲାଇସେନ୍ସ ନ ଥିବା ଜଣାପଡ଼ିଛି। ଏପରି ସ୍ଥଳେ ପ୍ରଚୁର ପରିମାଣର ଦେଶୀ ମଦ କେଉଁଠାରୁ ଆସୁଛି ତାହା ତଦନ୍ତ ସାପେକ୍ଷ ଅବକାରୀ ବିଭାଗ ନାମକୁମାତ୍ର କେତେଟି ସ୍ଥାନରେ ଚଢଉ କରି ଦାୟିତ୍ବ ମୁକ୍ତ ହେଉଥିଲେ ମଧ୍ୟ ସେପରି ଆଖୁଦୃଶିଆ ଚଢଉ କରୁ ନ ଥିବାରୁ ଅବାଧ ଦେଶୀ ମଦ କାରବାର ବୃଦ୍ଧି ପାଉଛି I ପାରଳା ସହର ସମେତ ଗଜପତି ଜିଲ୍ଲାର ଗୁମ୍ମା, କାଶୀନଗର, ମୋହନା, ନୂଆଗଡ, ରାୟଗଡ଼, ଆର. ଉଦୟଗିରି, ଗୋଷଣୀ ଆଦି ବ୍ଲକରେ ଅବକାରୀ ବିଭାଗର ସମ୍ପୂର୍ଣ ଜ୍ଞାତସାରରେ ଚୋରା ଦେଶୀ ମଦ ଭାଟି ରହିଥିବାବେଳେ ଗ୍ରାମାଞ୍ଚଳରେ ଶତାଧିକ ଚୋରା ମଦ ବିକ୍ରୟ କେନ୍ଦ୍ରରେ ଏପରି ଅବାଧ ଦେଶୀ ମଦ ବିକ୍ରି ଖୋଲାଖୋଲି ଭାବେ ହେଉଛି | ତାହାକୁ ରୋକା ନ ଗଲେ ଗଂଜାମ ଜିଲ୍ଲା ମଦ ମୃତ୍ୟୁ ଘଟଣା ଭଳି ଏଠାରେ ମଧ୍ୟ ମଦମୃତ୍ୟୁ ମାମଲା ହେବା ସମ୍ଭାବନା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି. ଜିଲ୍ଲା ପ୍ରଶାସନ ଏଥ୍ ପ୍ରତି ଧ୍ୟାନ ଦେଇ ଅବାଧ ଦେଶୀମଦ କାରବାରକୁ ରୋକିବା ପାଇଁ ପ୍ରୟାସ କରିବାକୁ ଦାବି ହେଉଛି।ଏଠାରେ ସୂଚନାଯୋଗ୍ୟଯେ, ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରାବନ୍ଧ ପୁଲିସ ପକ୍ଷରୁ କଳାସିଂହ ଗ୍ରାମରେ ଚୋରା ଦେଶୀମଦ ପ୍ରସ୍ତୁତି ପାଇଁ ଥିବା ମହୁଲ ପୋଚକୁ ଜବତ କରାଯାଇ ନଷ୍ଟ କରାଯାଇଛି। ଏହି ଅଚାନକ ଚଢ଼ଉର ନେତୃତ୍ବ ନେଇଥିଲେ ସ୍ଥାନୀୟ ଥାନା ଅଧୂକାରୀ ପ୍ରଶାନ୍ତ କୁମାର ନିସିକାଙ୍କ ସହ ଏସ୍‌ଆଇ ନାରାୟଣ ଦାସ ଏବଂ ଗାରାବନ୍ଧ ପୁଲିସ କର୍ମଚାରୀ | ଗତ କିଛି କିଛିଦିନ ପୂର୍ବେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅଞ୍ଚଳରେ ଚୋରା ଦେଶୀମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ଚିକିତ୍ସାଧୀନ ଥିବା । ଜଣାପଡ଼ିଛି। ସେହିପରି ଗଜପତି ଜିଲ୍ଲାର ଅନେକ ଅଞ୍ଚଳରେ ଚୋରା ଦେଶୀମଦ ପ୍ରସ୍ତୁତି ହୋଇ ଚୋରାରେ ବିକ୍ରି ହେଉଥିବା ବେଳେ ଅବକାରୀ ଏବଂ ସ୍ଥାନୀୟ ପୁଲିସ ସ୍ବତନ୍ତ୍ର ଦୃଷ୍ଟି ଦେଇ ଚୋରାମଦ ପ୍ରସ୍ତୁତି ସ୍ଥାନ ଚିହ୍ନଟ କରି ଏହାକୁ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହେବା ସହ ଆଗାମୀ ଦିନରେ ଯେପରି ଅକାଳରେ ମଦ ପିଇ ନିରୀହ ଜୀବନ ନଯାଏ ସେଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ