ପ୍ରଧାନମନ୍ତ୍ରୀଙ୍କ କରକମଳରେ ବାଲେଶ୍ଵର ହାଇଜନିକ୍ ଫିସ୍ ମାର୍କେଟର ଶିଳାନ୍ୟାସ ହେବ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ଵର ଏକ ମତ୍ସ୍ୟଜୀବୀ ବହୁଳ ଜିଲ୍ଲା ହୋଇଥିବାରୁ ଜିଲ୍ଲାରେ ଏକ ହାଇଜେନିକ୍ ଫିସ୍ ମାର୍କେଟର ଆବଶ୍ୟକତାକୁ ଅନୁଭବ କରି ତତ୍କାଳିନ କେନ୍ଦ୍ରମନ୍ତ୍ରୀ ବର୍ତ୍ତମାନର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ଵର ପାଇଁ ଏକ ହାଇଜେନିକ୍ ଫିସ ମାର୍କେଟ ପାଇଁ ଅର୍ଥ ମଞ୍ଜୁର କରାଇଥିଲେ, ହେଲେ ପାଞ୍ଚ ବର୍ଷ ଧରି ତତ୍କାଳିନ ବିଜେଡ଼ି ସରକାର ଜମି ଅଧିଗ୍ରହଣରେ ଟାଳୁଟୁଳୁ ନୀତି ଅବଲମ୍ବନ କରିଥିବାରୁ ଯୋଜନା ବାସ୍ତାବାୟିତ ହୋଇପାରି ନଥିଲା। ଜମି ସମସ୍ୟା ଯୋଗୁଁ ୨୦୧୯-୨୦୨୪ ମଧ୍ୟରେ ଅନେକ ପ୍ରକଳ୍ପର କାମ ଅଟକି ରହିଛି ବୋଲି ସାଂସଦ ସୂଚନା ଦେଇଛନ୍ତି। ଫିସ୍ ମାର୍କେଟ ପାଇଁ ଜମି ଅଧିଗ୍ରହଣ ଓ ଖୁବଶିଘ୍ର ଏହାର ଶିଳାନ୍ୟାସ ( ଆଭାସି ମାଧ୍ଯମରେ ) ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କରାଇବା ପାଇଁ ଆଜି ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି। ଏହାସହିତ ଜିଲ୍ଲାର ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଛନ୍ତି। ₹୭୮.୨୫ କୋଟି ଟଙ୍କା ବ୍ୟୟରେ ଏହି ହାଇଜେନିକ୍ ଫିସ୍ ମାର୍କେଟରେ ମତ୍ସ୍ୟଜୀବୀ ଓ ବ୍ୟବସାୟୀଙ୍କ ପାଇଁ ଅନେକ ପ୍ରକାରର ସୁବିଧା ସୁଯୋଗ ଉପଲବ୍ଧ ହେବ ବୋଲି ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।


