ବିପଦ ସଂକୁଳ ଅବସ୍ଥାରେ ରହିଛି ଗୁମ୍ମା ହାଟପଦା ଛକ ରାସ୍ତାପାର୍ଶ୍ୱର ବିରାଟ ଶୁଖିଲା ବରଗଛ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ସଦର ମହକୁମା ହାଟପଦା ଛକ ରାସ୍ତା ପାର୍ଶ୍ବର ଶୁଖିଲା ବର ଗଛ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ବିରାଟ ବଡ଼ ଶୁଖିଲା ଗଛ ଶୁଖି ତାର ଶାଖା ପ୍ରଶାଖା ରାସ୍ତାର ଉଭୟ ପାର୍ଶ୍ୱରେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ତେଣୁ ବିପଦକୁ ଆମନ୍ତ୍ରଣ କରୁଛି ଏହି ଶୁଖିଲା ବର ଗଛ।ଏହି ରାସ୍ତାରେ ପ୍ରତିଦିନ ଶହଶହ ଲୋକେ ବିଭିନ୍ନ କାର୍ଯ୍ୟରେ ଯିବା ଆସିବା କରିଥାନ୍ତି। ପଥଚାରୀ ମାନଙ୍କ ଉପରେ ଶାଖାର ଶୁଖିଲା କାଠ ଖଣ୍ଡ ପଡ଼ିବା ବିପଦ ରହିଛି। ସାମାନ୍ୟ ବର୍ଷା ପବନରେ ଶାଖା ପ୍ରଶାଖାର ଶୁଖିଲା କାଠ ଖଣ୍ଡ ରାସ୍ତା ଉପରେ ପଡ଼ୁଥିବା ଦେଖିବାକୁ ମିଳୁଛି।ଏହି ସ୍ଥାନଟି ପ୍ରତି ସମୟରେ ଜନ ଗହଳି ଲାଗି ରହିଥିବା ସହ ଉକ୍ତ ଗଛ ତଳେ ଅନେକ ଦୋକାନ ବଜାର ରହିଥିବା ଯୋଗୁଁ ଲୋକଙ୍କ ଗହଳି ଲାଗି ରହିଥାଏ। ଦୀର୍ଘ ବର୍ଷର ଶୁଖିଲା ଗଛଟି କେତେବେଳେ ଯେ ଲଗାଣ ବର୍ଷାରେ ପଡିଯିବ ତାହାର କିଛି ନିର୍ଦ୍ଧାରିତ ନଥିବା ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।ବର୍ତ୍ତମାନ ଆଗକୁ ମୌସୁମୀ ଝଡ଼ ବାତ୍ୟା ହେବା ସହ ବଡ଼ ଏକ ପବନ ହେଲେ ବଡ଼ ଏକ ଦୁର୍ଘଟଣା ଘଟିବାର ସମ୍ବାବନା ରହିଛି।ତେଣୁ ବେଳ ଥାଉ ଥାଉ ଏହାର ପ୍ରତିକାର କରାନଗଲେ ଦୁର୍ଘଟଣା ଘଟିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ସୂଚନାଥାଉକି ଯେ ୨୦୧୬ ମସିହାରେ ଠିକ ଉକ୍ତ ରାସ୍ତା ପାର୍ଶ୍ୱର ଆମ୍ବ ଗଛ ଗୋଟିଏ ଦୋକାନ ଉପରେ ବଡ଼ି ଯାଇଥିଲା।ଏଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ କୌଣସି ଅଘଟଣ ଘଟିବା ପୂର୍ବରୁ ଶୁଖିଲା ଗଛ ସଫା କରିବାକୁ ଦାବି କରିଛନ୍ତି ଚିରଞ୍ଜିବି ପାଲ,ଦିଗବିଜୟ ପାଣି,କଲ୍ୟାଣ ପରିଛା, ଗିହନ ପାଣି, ଦୁର୍ଯ୍ୟୋଧନ ରାଓ, ମଣି ଶବର, ଅନିତ ପାଲ ରାଜଶେଖ ପାଣି ଓ ସ୍ଥାନୀୟ ଜନସାଧାରଣ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ