ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ଗଂଜାମ ଜିଲ୍ଲା ଶାଖାର ତୀବ୍ର ବିରୋଧ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାର ନୂତନ ଭାବେ ଆରମ୍ଭ କରିବାକୁ ଯାଉଥିବା ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ସହାୟତା ପ୍ରଦାନ କାର୍ଯ୍ୟକ୍ରମକୁ ସମ୍ପାଦନା ପାଇଁ ଅଙ୍ଗନୱାଡିକର୍ମୀଙ୍କୁ ଯେଉଁ ଦାୟିତ୍ୱ ପ୍ରଦାନ କରିବାକୁ ଯାଉଛନ୍ତି । ତାହାକୁ ଏଆଇଟିୟୁସି ପରିଚାଳିତ ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଗାମୀ ସେପ୍ଟମ୍ବର ୬ତାରିଖ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଘେରାଉ କରିବା ସହିତ ବିଶାଳ ବିକ୍ଷୋଭ ସଂଗଠିତ ପାଇଁ ରବିବାର ସ୍ଥାନୀୟ ଲକ୍ଷଣ ଭବନ ଠାରେ ଗଂଜାମ ଜିଲ୍ଲା କମିଟି ବୈଠକରେ ଆହ୍ୱାନ ଦିଆଯାଇଥିଲ।। ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘର ଜିଲ୍ଲା ସଭାନେତ୍ରୀ ମମତାଜ ଖୁଣ୍ଟିଆଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସମ୍ପାଦିକା ନର୍ମଦା ନାହାକ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି ବୈଠକରେ ଏଆଇଟିୟୁସି ରାଜ୍ୟ ସମ୍ପାଦକ ତଥା ସଂଘର କାର୍ଯ୍ୟକାରୀ ସଭାପତି ବିଜୟ ଜେନା ଯୋଗଦେଇ କହିଥିଲେ ଯେ ସାମାନ୍ୟ ସାମାନ୍ୟ ଘଟଣାରେ ଅଙ୍ଗନୱାଡି କର୍ମୀଙ୍କୁ ଦାୟୀ କରାଯିବା ସହ ଶାରୀରିକ ଭାବେ ଆକ୍ରମଣ ମଧ୍ୟ କରାଯାଉଛି । ଫାଲେରିଆ ଡିସି ବଟିକା ବାଣ୍ଟିଲା ବେଳେ ଖାଇ ଅସୁସ୍ଥ ହୋଇଥିବା ଶିଶୁର ପରିବାର ଆକ୍ରମଣ କରିବା ସହ ସାମାନ୍ୟ ସାମାନ୍ୟ ଘଟଣାକୁ ନେଇ ଜିଲ୍ଲାର ବିଭିନ୍ନ ବ୍ଲକରେ ଅଙ୍ଗନୱାଡି କର୍ମୀମାନଙ୍କ ଉପରେ ଆକ୍ରମଣା ଚାଲିଥିବା ବେଳେ ପୁର୍ବରୁ ରେସନ କାର୍ଡ ଘଟଣାର ଆଘାତ ନ ଲିଭୁଣୁ ସୁଭଦ୍ରା ଯୋଜନାରେ କାର୍ଯ୍ୟକଲେ କର୍ମୀଙ୍କ ଉପରେ ଆକ୍ରମଣ ଆହୁରୀ ଅଧିକ ହେବ । ଅନ୍ୟପକ୍ଷରେ ଅଙ୍ଗନୱାଡି କର୍ମୀଙ୍କ ଉପରେ ଦୈନିକ କାର୍ଯ୍ୟ ବଢି ଚାଲିଥିବା ବେଳେ ନୂଆ ନୂଆ ଯୋଜନା ଲଦିଦେବା ବୋଝ ଉପରେ ଲଳିତା ବିଡା ସଦୃଶ , ଏଣୁ ବାସ୍ତବତାକୁ ବିଚାର କରି ଅଯଥା ସୁଭ୍‌ଦ୍ରା ଯୋଜନା ଭଳି ଗୋଳିଆ ଯୋଜନାରେ ଅଙ୍ଗନୱାଡି କର୍ମୀଙ୍କୁ ବାଦ୍ ଦିଆଯାଉ । ଏହି ବୈଠକରେ ମାଣିକେଶ୍ୱରୀ ପଟ୍ଟନାୟକ, ରିତାଞ୍ଜଳି ଦାସ, ପ୍ରତିମା ଦାସ, ଦମୟନ୍ତୀ ଦୋରା, ବାସନ୍ତୀ ସାହୁ, ନୀଳକଣ୍ଠ ଦାଶ, ମିତା କୁମାରୀ ମିଶ୍ର, ଲଳିତା ଦୋରା, ସୁଦେଷ୍ଣା ପଟ୍ଟନାୟକ, ମମତା ସାହୁ, ମିତା କୁମାରୀ ମିଶ୍ର ଓ ସୁଷମା ପ୍ରଧାନ ପ୍ରମୁଖ ବକ୍ତବ୍ୟ ଦେଇ ଆଗାମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟର ସଫଳ ପାଇଁ ଆହ୍ୱାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ