ବିଜେପି ସରକାରର ଭତ୍ତା ସମ୍ପର୍କୀୟ ନିର୍ବାଚନ ପ୍ରତିଶ୍ରୁତି ଖିଲାଫ୍ ପ୍ରତିବାଦରେ ସଦର ବିଜେଡି ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ଵର ସଦର ବିଜେଡି ପକ୍ଷରୁ ଭତ୍ତା, ବିଜୁଳି ଓ ଅନ୍ୟାନ୍ୟ ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାର ବିରୁଦ୍ଧରେ ଜନଜାଗରଣ ସଭା ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ବିଧାୟକ ସ୍ଵରୂପ କୁମାର ଦାସଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବାସୀଙ୍କୁ ମିଛ ପ୍ରତିଶୃତି ଦେଇ ବିଜେପି ଦଳ ଯେପରି ପ୍ରତାରଣା ପରେ ପ୍ରତାରଣା କରିଚାଲିଛି ତାହାର ପ୍ରତିଫଳନ ଆଗାମୀ ଦିନରେ ସମସ୍ତେ ଦେଖିବେ ବୋଲି ଶ୍ରୀଯୁକ୍ତ ଦାସ ନିଜ ବକ୍ତବ୍ୟରେ କହିଥିଲେ। ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ କେବଳ ଭତ୍ତା ନୁହେଁ ଅନେକ ଯୋଜନାର ମିଛ ପ୍ରତିଶୃତି ଦେଇ ବିଜେପି ସରକାରକୁ ଆସିଛି ଯାହା ଓଡିଶା ବାସୀ ଜାଣି ସାରିଲେଣି,ଆସନ୍ତା ଦିନ ମାନଙ୍କରେ ସମସ୍ତ ଅଞ୍ଚଳରେ ଏକଥା ପାଇଁ ବିଜେପି ଦଳରୁ ବିରୋଧର ସାମ୍ନା କରିବା ପାଇଁ ପଡିବ।ବିଜୁ ଜନତା ଦଳର ବାଲେଶ୍ବର ସାଂସଦ ପାର୍ଥିନୀ ଲେଖାଶ୍ରୀ ସାମନ୍ତସିଂହାର ଯୋଗଦେଇ ଓଡିଆ ଅସ୍ମିତା କଥା କହି ଓଡିଆଙ୍କୁ ଠକି ଥିବା ଦଳ ବିଜେପିର ନେତାମାନେ କଣ କହୁଛନ୍ତି ବା କରୁଛନ୍ତି ସେମାନେ ନିଜେ ଜାଣି ନାହାଁନ୍ତି, ସେମାନଙ୍କୁ ଯାହା ଦିଲ୍ଲୀରୁ ନିର୍ଦ୍ଦେଶ ଆସୁଛି ତାହା କରୁଛନ୍ତି,ଏହା କଣ ବିଜେପିର ଓଡିଆ ଅସ୍ମିତା ବୋଲି ଡ. ସାମନ୍ତସିହାଂର ନିଜ ବକ୍ତବ୍ୟରେ ବିଜେପିକୁ ପ୍ରଶ୍ନ କରିଛନ୍ତି।ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ରଂଜନ ବାଗ,ମୁନିସିପାଲିଟି ଉପାଧ୍ୟକ୍ଷ କୈଳାସ ସେଠୀ,ପୂର୍ବତନ ଉପ ନଗରପାଳ ମନୋଜ ରାଉତ,ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଉମିଲତା ଦାସ,ଯୁବ ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ,ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ବିଜେଡି ମିଡ଼ିଆ ସଂଯୋଜକ ଧିରେନ ନାୟକ,ଟାଉନ ମହିଳା ସଭାପତି ତଥା କାଉସିଲର ମୀନା ମହାନ୍ତି,କାଉସିଲର ମୀତା ପଟ୍ଟନାୟକ,କବିତା ମୃମୁ,ମୀରାଜ ବାନୋ,ସଂଧ୍ୟାରାଣୀ ଜେନା,ସବିତା ରାଣୀ ଦାସ,ଅର୍ପିତା ପ୍ରିୟଦର୍ଶିନୀ ପଟ୍ଟନାୟକ,ଶୋଭା ମହାପାତ୍ର,ଶଶିରେଖା ମହାନ୍ତି,ସେକ ଆୟୁବ,କାର୍ତିକ ସାହୁ,ବାଲେଶ୍ବର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ସଂଗ୍ରାମ ମଲ୍ଲିକ,ଟାଉନ ବିଜେଡି ସଭାପତି ସନତ ଦାସ,ପୂର୍ବତନ କାଉସିଲର ବିଶ୍ବଜିତ ମହାପାତ୍ର,ସଦର ଯୁବ ସଭାପତି ସେକ ଅନସର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଶେଷରେ ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହାପରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।