ନିଖିଳ ଭାରତ ସ୍ୱାୟତ ଶାସନ ଦିବସରେ ୯ ପ୍ରକଳ୍ପ ଲୋକାର୍ପିତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଏକ ଭବ୍ୟ ସମାରୋହ ଓ ଚିତାକର୍ଷକ ଗଣ ସମାବେଶ ଜରିଆରେ ପୌର ପରିଷଦ,ହିଞ୍ଜିଳିକାଟୁ ପକ୍ଷରୁ ଶନିବାର ପାଳିତ ହୋଇଛି ଅଖିଳ ଭାରତ ସ୍ୱାୟତ ଶାସନ ଦିବସ ଉତ୍ସବ। ପୂର୍ବାହ୍ନରେ ପୌର ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ସଂଯୋଜନାରେ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପୋୖରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରି ସାମୁହିକ ଭାବେ ଜାତୀୟ ସଙ୍ଗୀତ ଗାନ ହୋଇଥିଲା। ସ୍ୱାୟତ ଶାସନ ଦିବସ ପାଳନର ଆଭିମୁଖ୍ୟ ଓ ପୋୖରାଞ୍ଚଳରେ ସମ୍ପାଦିତ ହୋଇଥିବା ବହୁ ଉନ୍ନୟନ ପ୍ରକଳ୍ପ ସମ୍ବନ୍ଧରେ ପୋୖରାଧ୍ୟକ୍ଷ ବକ୍ତବ୍ୟ ରଖିଥିଲେ । ପରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ମିନି ଷ୍ଟାଡିୟମପର୍ଯ୍ୟନ୍ତ ଏକ ସୁଶୋଭିତ ରାଳିର ଆୟୋଜନ ହୋଇଥିଲା। ଆୟୋଜିତ ରାଲିରେ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଗାୟତ୍ରୀ କଲେଜର ଏନସିସି, ସ୍କାଉଟ, ଯୁବ ରେଡକ୍ରସ୍ କ୍ୟାଡେଟ ମାନେ ଅଂଶ ଗ୍ରହଣ କରିଥିଲେ । ତହସିଲଦାର ଭିକାରୀ ସାହୁ, ବିଜେଡ଼ି ନେତୃମଣ୍ଡଳୀ, ଶିକ୍ଷକ ଶିକ୍ଷୟିତ୍ରୀ,ଶିକ୍ଷାର୍ଥୀ ଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଓ ସବୁ ବର୍ଗର ବ୍ୟକ୍ତି ବିଶେଷ ଅଂଶ ଗ୍ରହଣ କରି ସ୍ୱଚ୍ଛତା ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ମୋ ସହର,ସୁନ୍ଦର ସହର ରୂପେ ଗଢି ତୋଳିବା ପାଇଁ ପରିମଳ, କଠିନ ଓ ବର୍ଜ୍ୟବସ୍ତୁ,ଏକକ ବ୍ୟବହାର ପ୍ଲାଷ୍ଟିକ, ଗ୍ରେ ୱାଟର ଉପରେ ବିଦ୍ୟାଳୟର ଶିକ୍ଷାର୍ଥୀ ମାନେ ପ୍ଲାକାର୍ଡ ଧରି ସଚେତନତା ସୃଷ୍ଟି କରିଥିଲେ। ପୈାର କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ୬୫ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ, ସଫେଇ ଭଉଣୀ, ଭାଇ, ସ୍ବଚ୍ଛ ସାଥି, ସୁପରଭାଇଜର ମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା । ସ୍ଥାନୀୟ ପୈାରାଞ୍ଚଳର ୯ ଓ ୨୦ ନ° ଓ୍ବାର୍ଡରେ ମୁତ୍ରାଶ୍ରୟ, ଓ୍ବାର୍ଡ ନ° ୯ ଓ୧୧ ରେ ମିଶନ ଶକ୍ତି ଗୃହ ଓ ପୈାରାଞ୍ଚଳର ୫ଟି ପୃଥକ ସ୍ଥାନରେ ଧୂସର ଜଳ ପ୍ରକଳ୍ପର ଲୋକାର୍ପଣ କରାଯାଇଥିଲା । ପରେ ପୈାରାଞ୍ଚଳର ବିଭିନ୍ନ ଓ୍ବାର୍ଡରେ ଚାରା ରୋପଣ କରାଯାଇଥିଲା ।‌
ଦ୍ବିତୀୟ ପର୍ଯ୍ୟାୟରେ ଶନିବାର ସନ୍ଧ୍ୟାରେ ହିଞ୍ଜିଳି ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ବ୍ଳକ ଅଧ୍ୟକ୍ଷା ସରସ୍ବତୀ ସେଠି, ପୌରାଧ୍ୟକ୍ଷା ସୁଚିତ୍ରା କୁମାରୀ ପଣ୍ଡା , ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ କୁମାର ସାହୁ ଓ ବ୍ଲକ ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ସଙ୍ଗୀତ , ବକୃତା, ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗର ୨୪ ଜଣ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। । ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ରମେଶ ଚନ୍ଦ୍ର ଚୌଧୁରୀ, ଶିକ୍ଷାବିତ ଅରବିନ୍ଦ ପଣ୍ଡା,ପବିତ୍ର ମୋହନ ପାଣିଗ୍ରାହୀ, ଦେବାନନ୍ଦ ମହାପାତ୍ର, ସଞ୍ଜୟ କୁମାର ପଣ୍ଡା, ନିଳମଣି ପଟ୍ଟନାୟକ, ପ୍ୟାରୀମୋହନ ପାଢି, ପ୍ରଦୀପ କୁମାର ପଣ୍ଡାଙ୍କ ସମେତ ପାରିଷଦ ବୃନ୍ଦ, ପ୍ରାକ୍ତନ ନଗରପାଳ,ଉପନଗରପାଳ, କାଉନସିଲର, ପୌର କର୍ମଚାରୀ ଓ ସହରର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପୌର ଯନ୍ତ୍ରୀ ମୁକେଶ ପ୍ରଧାନ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ର ପରିଚାଳନା କରିଥିଲେ । ପୈାର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ । ପରିଶେଷରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ