ଦାରୁଠେଙ୍ଗ ଠାରେ ନବାନ୍ନ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସତ୍ୟ ମହିମା ଆଶ୍ରମ ଗୋବିନ୍ଦ ବାବା ଙ୍କ ଗାଦି ପୀଠ ରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ନବାନ୍ନ ମହୋତ୍ସବ ପାଳିତ ହୋଇ ଯାଇଅଛି ବ୍ରହ୍ମ ଲୀନ ଅବଧୁତ ଜୟକୃଷ୍ଣ ବାବା ଙ୍କ ଆଦେଶ ଅନୁସାରେ ଓ ବ୍ରହ୍ମ ଅବଧୂତ ବ୍ରଜବନ୍ଧୁ ବାବା ଙ୍କ ତତ୍ତ୍ୱବଧାନ ରେ ପୂର୍ବ ସନ୍ଧ୍ୟା ରେ ବିଶ୍ୱ ବ୍ରହ୍ମାଣ୍ଡ ର କଲ୍ୟାଣ ନିମନ୍ତେ ଘୃତ୍ୟବତୀ ପ୍ରଜ୍ୱଳନ କାର୍ଯ୍ୟକ୍ରମ କରାଯାଇ ଥିଲା ତତ୍ପରେ ମଙ୍ଗଳ ବାର ପ୍ରାତଃ ସମୟ ରେ ନୂଆ ଚୁଡା ରେ ପ୍ରସ୍ତୁତି ନବାନ୍ନ କୁ ଆମହାଣିଆ ଭାବେ ନୂଆ ଆଟିକା ରେ ମହାପ୍ରଭୁ ଶୂନ୍ୟ ବ୍ରହ୍ମ କୁ ଅର୍ପଣ କରାଯାଇଥିଲା ତତ୍ପରେ ନବାନ୍ନ ପ୍ରସ୍ତୁତି କରାଯାଇ ପ୍ରସାଦ ସେବନ କରାଯାଇଥିଲା ଏହି ମହୋତ୍ସବ ରେ ମହିମା ଧର୍ମ ସମାଜ ର ପର ସନ୍ୟାସୀ ଓ ଅପର ସନ୍ୟାସୀ ସହିତ ସାଧୁ ବୃନ୍ଦ ଓ ଭକ୍ତ ଓ ଶ୍ରଦ୍ଧାଳୁ ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ ବୋଲି ମହିମା ସେବା ଫାଉଣ୍ଡେସନ ର ସଭାପତି ନାରାୟଣ ଖୁଣ୍ଟିଆ ପ୍ରେସ ବିଜ୍ଞପ୍ତି ରେ ଜାଣଇ ଥିଲେ


