ପାକିସ୍ତାନରେ ପ୍ରସାରଣ ହେବନି ଆଇପିଏଲ ମ୍ୟାଚ
ପାକିସ୍ତାନ ମଙ୍ଗଳବାର ନିଜ ଦେଶରେ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ପ୍ରସାରଣ ଉପରେ ରୋକ୍ ଲଗାଇଛି। ଏହା ସହିତ ପାକିସ୍ତାନ ଆରୋପ ଲଗାଇଛି ଯେ, ଭାରତ ପାକିସ୍ତାନରେ କ୍ରୀଡ଼ାର କ୍ଷତି କରିବା ପାଇଁ ସଂଗଠିତ ପ୍ରୟାସ କରୁଛି। ଆଇପିଏଲକୁ ନେଇ ପାକିସ୍ତାନ ଏତେ ବିଚଳିତ ହୋଇ ପଡିଛି ଯେ, କ୍ୟାବିନେଟ୍ ବୈଠକ ଡକାଇ ଏହାର ପ୍ରସାରଣ ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି।
ସୂଚନା ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଇମ୍ରାନ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମଧ୍ୟ। ଇମ୍ରାନ କହିଛନ୍ତି ଯେ, ଏହି ପଦକ୍ଷେପ ଏଥିପାଇଁ ଉଠାଗଲା କାରଣ ଭାରତ ପାକିସ୍ତାନ କ୍ରିକେଟର କ୍ଷତି ଘଟାଇବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହିଁ।
ଚୌଧୁରୀ କହିଛନ୍ତି ଯେ, ଭାରତ ପାକିସ୍ତାନରେ କ୍ରିକେଟ ର କ୍ଷତି ଘଟାଇବା ପାଇଁ ସଂଗଠିତ ପ୍ରୟାସ କରୁଛି। ଆମେ ନିଜ ଦେଶରେ ଭାରତର ଘରୋଇ ଟୂର୍ଣ୍ଣାମେଣ୍ଟର ପ୍ରଚାର କରିବାର ସ୍ଵିକୃତୀ ଦେବାର କୌଣସି ଅର୍ଥ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ପାକିସ୍ତାନରେ ଲିଗ୍ ଓ କ୍ରିକେଟର କ୍ଷତି ପାଇଁ ଭାରତର ପ୍ରସାରଣକାରୀ ପୁଲଓ୍ଵାମା ହମଲା ପରେ ପାକିସ୍ତାନ ସୁପର ଲିଗ୍(ପିଏସଏଲ)ର ଚତୁର୍ଥ ସଂସ୍କରଣରୁ ହଟି ଯାଇଥିଲା। ଭାରତରେ ପିଏସଏଲର ସରକାରୀ ପ୍ରସାରଣକାରୀ ଡିସ୍ପୋର୍ଟ୍ସ ସିଆପିଏଫର ୪୦ ଯବାନଙ୍କ ସହିଦ ପରେ ପୁଲଓ୍ଵାମା ହମଲାର ବିରୋଧ ସ୍ଵରୂପ ପିଏସଏଲର ପ୍ରସାରଣ ଉପରେ ରୋକ୍ ଲଗାଇଥିଲା।