ଅସୁରକ୍ଷିତ ଅବସ୍ଥାରେ ବିଦ୍ୟୁତ ଟ୍ରାନସଫରମର
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଦଧିବାବନପୁର ଗ୍ରାମ ନୂଆପୋଖରୀ ସାହିରେ ଥିବା ବିଦ୍ୟୁତ ଟ୍ରାନସଫରମରଟି ବିପଦସଂକୁଳ ଅବସ୍ଥାରେ ରହିଛି । ଏହାର ତାର ଗୁଡିକ ଝୁଲିରହିଥିବା ବେଳେ ଡ୍ରପ ଆଉଟ ଗୁଡିକ ବହୁ ତଳେ ରହିଛି। ଫଳରେ ଲୋକମାନେ ଯାତାୟାତ ପାଇଁ ଭୟଭୀତ ଅବସ୍ଥାରେ ଯାତାୟାତ କରୁଛନ୍ତି । କିଛିମାସ ପୂର୍ବରୁ ସେହି ଟ୍ରାନସଫରମର ନିକଟରେ ଗୋଟିଏ ଗୋରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ ବି ବିଦ୍ୟୁତ ବିଭାଗ ସଚ଼େତନ ହୋଇ ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏଣୁ ବିଦ୍ୟୁତ ବିଭାଗ ଏଥିପ୍ରତି ଯତ୍ନବାନ ହୋଇ ତୁରନ୍ତ ସୁରକ୍ଷାବାଡା ନିର୍ମାଣ କରିବାକୁ ବଳରାମ ଜେନା, ପ୍ରକାଶ ଜେନା, ସୌଭାଗ୍ୟ ଜେନା, ମନୋଜ ଜେନା, ଶମ୍ଭୁନାଥ ଜେନା, ବିଭିଷଣ ଜେନା ପ୍ରମୁଖ ଦାବି କରିଛନ୍ତି।


