ବଂଶଧାରା ନଦୀ ଜଳ ବିଷାକ୍ତ, ସାଧାରଣରେ ଆତଙ୍କ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବଂଶଧାରା ନ‌ଦୀ ଜଳ ବିଷାକ୍ତ ହୋଇଥିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଭୟ ଆତଙ୍କ ଦେଖାଦେଇଛି. ବଂଶଧାରା ନଦୀ ଜଳକୁ ଜନ ସ୍ୱାସ୍ଥ୍ୟ ବିଭାଗର ପାଇପ ଦ୍ୱାରା ଯୋଗାଣ ହେଉଥିବା ପାଇପ ଜଳକୁ ସମ୍ପୂର୍ଣ ରୂପେ ବନ୍ଦ କରାଯିବା ସହ ନଦୀ ଜଳର ସାମ୍ପୁଲକୁ ପରୀକ୍ଷଣ ପାଇଁ ମଧ୍ୟ ଜନ ସ୍ୱାସ୍ଥ୍ୟ ବିଭାଗ ପଠାଇ ଥିବା ସୂଚନା ମିଳିଛି. ସୂଚନାଯୋଗ୍ୟଯେ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥ ବହୁରାଷ୍ଟ୍ରୀୟ କମ୍ପାନୀ ବେଦାନ୍ତର ଦାୟିତ୍ବହୀନତା ଯୋଗୁ କମ୍ପାନୀର ଔଷଧିତ କଷ୍ଟିକସୋଡାର ବର୍ଜ୍ୟ ଜଳ ଭଣ୍ଡାର ସଠିକ ପରିଚାଳନା ଅଭାବରୁ ଗତ 5 ଦିନ ତଳେ ରେଡ ମଣ୍ଡ ବନ୍ଧ ଭାଙ୍ଗି ବିଷାକ୍ତ ଓ ମାରାତ୍ମକ ବର୍ଜ୍ୟ ରାସାୟନିକ ପଦାର୍ଥ ବଂଶଧାରା ନଦୀରେ ପ୍ଲାବିତ ହେବା କାରଣରୁ ଅସଂଖ୍ୟ ମାଛ ଓ ଜଳଚର ଜୀବ ମରିବା ସହ ଜଳ ସମ୍ପୂର୍ଣ ବିଷାକ୍ତ ହୋଇଥିବା ଯୋଗୁ ସାଧାରଣରେ ବଂଶଧାରା ଜଳର ବ୍ୟବହାରକୁ ନେଇ ସାଧାରଣରେ ଭୟ ଆତଙ୍କ ସୃଷ୍ଟି ହୋଇଛି. ଗଜପତି ଜିଲ୍ଲାର କାଶୀନଗର ଏନଏସି ଅଞ୍ଚଳ ସମେତ କାଶୀନଗର ବ୍ଲକର କେତେକ ବଂଶଧାରା ନଦୀ ତଟର ଗ୍ରାମାଞ୍ଚଳ ସମେତ ରାୟଗଡ଼ ଜିଲ୍ଲାର ଗୁଣୁପୁର ସହର ସମେତ 6 ଗୋଟି ପଞ୍ଚାୟତର 32 ଗୋଟି ଗ୍ରାମରେ ବଂଶଧାରା ନଦୀ ଜଳ ବ୍ୟବହାରକୁ ସମ୍ପୂର୍ଣ ରୂପେ ଜନ ସାଧାରଣ ବନ୍ଦ କରିଛନ୍ତି. ସେହିପରି ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବଂଶଧାରା ନଦୀ ଜଳକୁ ପିଇବା ପାଣି ରୂପେ ପାଇପ ଦ୍ୱାରା ଯେଉଁ ପିଇବା ପାଣି ଯୋଗାଣ ହେଉଥିଲା ତାହା ସମ୍ପୂର୍ଣ ରୂପେ ବନ୍ଦ କରାଯାଇଛି. ଏଥିସହ ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହି ବଂଶଧାରା ଜଳର ସାମ୍ପୁଲକୁ ପରୀକ୍ଷଣ ପାଇଁ ପଠାଯାଇଛି. ପାରଳାଖେମୁଣ୍ଡି ଜନ ସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ଆୟାସକାନ୍ତ ବେହେରା କହିଛନ୍ତି ପାଇପ ଦ୍ଵାରା ବଂଶଧାରା ନଦୀରୁ ଯେଉଁ ପିଇବା ପାଣି କାଶୀନଗର ଅଞ୍ଚଳରେ ପାଇପ ଦ୍ୱାରା ଦିଆ ଯାଉଥିଲା ତାହା ବର୍ତ୍ତମାନ ବନ୍ଦ ରହିଛି. ବଂଶଧାରା ନଦୀର ଜଳ ସାମ୍ପୁଲ ପରୀକ୍ଷଣ ରିପୋର୍ଟ ଆସିବା ପରେ ଉଚିତ ପଦକ୍ଷେପ ଗ୍ରହଣ କରାଯିବ. ହେଲେ କାଶୀନଗର ଅଞ୍ଚଳରେ ବର୍ତ୍ତମାନ ଲୋକଙ୍କୁ ପିଇବା ପାଣି ପାଇଁ ନଳକୂପର ପାଣିକୁ ପାଇପ ଦ୍ଵାରା ଯୋଗାଇ ଦିଆଯାଉଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ