ଗଞ୍ଜାମ ଜିଲ୍ଳାପାଳଙ୍କୁ ଦାବୀ ପତ୍ର ପ୍ରଦାନ କଲେ ବ୍ରହ୍ମପୁର କଳାକାର ଏକତା ମଞ୍ଚ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବ୍ରହ୍ମପୁର ସହରରେ ମଞ୍ଚ ନାଟକ ମଂଚସ୍ଥ ପାଇଁ ସଂସ୍କୃତି ଭବନ ଓ ଗଂଜାମ କଳା ପରିଷଦ ଗୃହକୁ ରିହାତି ଦରରେ ପ୍ରଦାନ କରିବା ସହିତ ଉଭୟ ପ୍ରେକ୍ଷାଳୟରେ ନାଟ୍ୟ ଅଭ୍ୟାସ ପାଇଁ ଯାଗା ବ୍ୟବସ୍ଥା ଯୋଗାଇ ଦେବା ଦାବୀ ନେଇ ବ୍ରହ୍ମପୁର ସହରର ଏକାଧିକ ନାଟ୍ୟ ଅନୁଷ୍ଠାନର ସମହାରରେ ସୃଷ୍ଟି “ବ୍ରହ୍ମପୁର କଳାକାର ଏକତା ମଞ୍ଚ” ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଭେଟିଛନ୍ତି । ବ୍ରହ୍ମପୁର ସହରରେ କଳାକାର ମାନେ ବର୍ଷ ତମାମ ମଞ୍ଚ ନାଟକ ମାଧ୍ୟମରେ ସାଧାରଣ ଲୋକଙ୍କ ମନୋରଞ୍ଜନ ସହିତ ସମାଜକୁ ବାର୍ତ୍ତା ଦେଇ ଆସୁଛନ୍ତି । ହେଲେ ନାଟକ ଟିଏ ମଂଚସ୍ଥ ପାଇଁ ପ୍ରେକ୍ଷାଳୟ ଦର ବେଶୀ ଥିବାରୁ ଏବଂ ନାଟକ ଅଭ୍ୟାସ ପାଇଁ ଯାଗା ଟିକିଏ ନିମିଳିବାରୁ ନାଟ୍ୟ ଅନୁଷ୍ଠାନ ଓ କଳାକାର ମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି ।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବ୍ରହ୍ମପୁର କଳାକାର ଏକତା ମଞ୍ଚ ସଭାପତି ଭବାନୀ ଶଙ୍କର ମିଶ୍ର,ଉପସଭାପତି ରାଜ ଗୋପାଳ ପାଢ଼ୀ,ସମ୍ପାଦକ ଡା. ମିହୀର କୁମାର ତ୍ରିପାଠୀ,ଅନିଲ କୁମାର ପାତ୍ର, ଦୁର୍ଗାପ୍ରସାଦ ଆଚାର୍ଯ୍ୟ,ରାମଚନ୍ଦ୍ର ସାସମଲ ,ଟି. ଆପାରାଓ ,କୈଳାସ ପାଣିଗ୍ରାହୀ ପ୍ରମୂଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ ।


