ଅଣ୍ଡାର ଉପକାରୀ ଗୁଣ

ଆମିଷ ମଧ୍ୟରୁ ଅଣ୍ଡା ହେଉଛି ସମସ୍ତଙ୍କର ପ୍ରିୟ। ଅତି କମ୍ ସମୟ ମଧ୍ୟରେ ଅଣ୍ଡାକୁ ନେଇ ନାନା ପ୍ରକାରର ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରିହୁଏ। ଚିକିତ୍ସକଙ୍କ ମତନୁଯାୟୀ , ଗୋଟିଏ ସପ୍ତାହରେ ଅତି କମ୍ରେ ୧୨ଟି ଅଣ୍ଡା ଖାଇଲେ ମଧୁମେହ ରୋଗୀଙ୍କଠାରେ ହାର୍ଟଆଟାକ୍ ହେବାର ଆଶଙ୍କା କମ୍ ଥାଏ। ଆସନ୍ତୁ ଜାଣିବା ଅଣ୍ଡାର ଉପକାରୀ ଗୁଣ –

ମସ୍ତିସ୍କ ଓ ଆଖିକୁ ଠିକ୍ ରଖେ: ଅଣ୍ଡାରେ ଥିବା ପ୍ରୋଟିନ୍, ବିଭିନ୍ନ ପ୍ରକାର ଆମିନୋ ଏସିଡ୍, ଲ୍ୟୁଟେନିନ୍ ଆଦି ପୋଷକ ତତ୍ୱ ମସ୍ତିସ୍କକୁ ସୁସ୍ଥ ରଖେ। ଏଥିରେ ଥିବା ଭିଟାମିନ୍ ଏ, ଡି, ବି, ବି୧୨ ଓ ଲୁଟିନ୍ ଆଦି ଆଖିକୁ ମଧ୍ୟ ସୁସ୍ଥ ରଖିଥାଏ।

ଓଜନ ବୃଦ୍ଧିରେ ଓ ହ୍ରାସ କରିବାରେ କରିଥାଏ ସାହାଯ୍ୟ: ଅଣ୍ଡାରେ ଥିବା କେଶରରେ ଭରପୂର ପରିମାଣରେ କୋଲେଷ୍ଟ୍ରଲ୍ ଥାଏ। ତେଣୁ ଓଜନ ବୃଦ୍ଧି କରିବାକୁ ଚାହୁଁଥିବା ବ୍ୟକ୍ତି ପ୍ରତିଦିନ ଗୋଟେ ଅଣ୍ଡାର କେଶର ଖାଇବା ଲାଭଦାୟକ ହୋଇଥାଏ। ପ୍ରତିଦିନ ପିଲାମାନଙ୍କୁ ଗୋଟାଏ ଅଣ୍ଡା ଖାଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି। ସେହିପରି ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନେ ଅଣ୍ଡାର କେବଳ ଧଳା ଅଂଶ ଖାଇବା ଆବଶ୍ୟକ।

ହାଡ଼କୁ ମଜ୍ବୁତ କରାଏ: ହାତ, ଗୋଡ଼ ତଥା ଶରୀରର ଅନ୍ୟ କେଉଁଠି ପୀଡ଼ା ଅନୁଭବ କରୁଥିଲେ ପ୍ରତିଦିନ ଅତିକମ୍ରେ ଗୋଟିଏ ଅଣ୍ଡା ଖାଆନ୍ତୁ। ଅଣ୍ଡାରେ ଥିବା ଭିଟାମିନ୍ ଡି ଏବଂ ପ୍ରୋଟିନ୍ ଶରୀରରୁ ପୀଡ଼ା ଦୂର କରିବା ସହ ହାଡ଼କୁ ମଜ୍ବୁତ୍ କରିଥାଏ।

ଚେହେରା ଓ କେଶରେ ଆଣେ ଚମକ: ଅଣ୍ଡାର କେଶରରେ ଥିବା ବାୟୋଟିନ୍ କେଶକୁ ମଜ୍ବୁତ୍ କରିବା ସହ ତ୍ଵଚାରେ ଚମକ ଆଣିଥାଏ। ଅଣ୍ଡାର ହଳଦିଆ ଅଂଶକୁ କେଶରେ ଲଗାଇଲେ କେଶ କୋମଳ ହୋଇଥାଏ ଏବଂ ଅଣ୍ଡାର ଫେସ୍ପ୍ୟାକ୍ ପ୍ରସ୍ତୁତ କରି ମୁହଁରେ ଲଗାଇଲେ ଆପଣଙ୍କ ତ୍ୱଚାରେ ଜଲ୍ଦି ବୟସର ଛାପ ଆସିବାକୁ ଦିଏନାହିଁ।

ଶରାରକୁ ଆଇରନ୍ ଯୋଗାଇଥାଏ: ଅଣ୍ଡାରେ ଥିବା କେଶରରେ ବହୁତ ପରିମାଣରେ ଆଇରନ୍ ଥାଏ। ତେଣୁ କିଛିଦିନ ଯାଏଁ ଅଣ୍ଡା ଖାଇଲେ ଶରୀରରେ ଆଇରନ୍ର ଆବଶ୍ୟକତାର ଭରଣ ହୋଇଥାଏ।

ଶରୀରର ଶକ୍ତି ବଜାୟ ରଖିଥାଏ: ପ୍ରତିଦିନ ଅଣ୍ଡା ଖାଇଲେ ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ବାରମ୍ବାର ଭୋକ ମଧ୍ୟ ଲାଗେନାହିଁ। ଅଣ୍ଡା ଶରୀରର କାର୍ଯ୍ୟକ୍ଷମତା ଶକ୍ତିକୁ ମଧ୍ୟ ବଢ଼ାଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ