ଜ୍ୟୋର୍ତିପୀଠ ପୂଜ୍ୟ ଶଙ୍କରାଚାର୍ଯ୍ୟ ଭୁବନେଶ୍ୱରରେ ଗୋଧ୍ୱଜା ସ୍ଥାପନ କରିବେ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗୋ ପତାକା ସ୍ଥାପନ, ଗୋମାତାକୁ ରାଷ୍ଟ୍ରମାତା ଭାବେ ଘୋଷଣା କରିବା ଓ ଗୋବଧକୁ ଭାରତବର୍ଷରେ ନିଷେଧ କରିବାକୁ ଜ୍ୟୋର୍ତିପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରା ନନ୍ଦଜୀ ମହାରାଜ ଆସନ୍ତା ଅକ୍ଟୋବର ୬ ତାରିଖ ଦିନ ଭୁବନେଶ୍ୱରରେ ପହଞ୍ôଚ, ରେଳବାଇ ଇନ୍‌ଡୋର ଷ୍ଟାଡିୟମରେ ଗୋଭକ୍ତ, ଗୋସେବକ ଓ ଧର୍ମପ୍ରେମୀ ସଜ୍ଜନମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୯୬୬ ମସିହାରେ ଧର୍ମସମ୍ରାଟ ସ୍ୱାମୀ ଶ୍ରୀ କରପତ୍ରୀଜୀ ମହାରାଜ ଯେଉଁ ଗୋରକ୍ଷା ଆନ୍ଦୋଳନର ସୂତ୍ରପାତ କରିଥିଲେ, ସ୍ୱାମିଜୀ ସେହି ଆନ୍ଦୋଳନକୁ ଆଗକୁ ବଢାଇବା ପାଇଁ ସେପ୍ଟେମ୍ବର ୨୨ ତାରିଖରୁ ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ସାରା ଭାରତବର୍ଷର ୩୩ଗୋଟି ରାଜ୍ୟ ପରିକ୍ରମା କରିବେ । ଆପଣମାନଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ଏହି କାର୍ଯ୍ୟ ପାଇଁ ସ୍ୱାମିଜୀ ମହାରାଜ ଗତ କିଛିଦିନ ତଳେ ବୃନ୍ଦାବନ ଠାରୁ ଖାଲି ପାଦରେ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ଆଜି ଗୁରୁବାର ସତ୍ୟନଗରସ୍ଥିତ ହୋଟେଲ ରୟାଲ ସୁଟ୍‌ଠାରେ ପ୍ରସ୍ତୁତି କମିଟିର ଏକ ବୈଠକ ସ୍ୱାଗତ କମିଟିର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜାତୀୟ ସଂଯୋଜକ ଡଃ ବଦ୍ରୀନାଥ ପଟ୍ଟନାୟକ, ଜ୍ୟୋର୍ତିପୀଠର ପ୍ରତିିନିଧି ବ୍ରହ୍ମଚାରୀ ଜିତ୍ ପ୍ରକାଶ, ଡଃ ନିର୍ମଳା ଦତ୍ତ, ସ୍ୱାଗତ କମିଟିର ଉପାଧ୍ୟକ୍ଷ ଡଃ କରୁଣାକର ପ୍ରଧାନ, ଡଃ ବି.ସି ମେନନ୍‌, ଶ୍ରୀଜଗନ୍ନାଥ ଧର୍ମପ୍ରଚାରକ ଶ୍ରୀ ଅରବିନ୍ଦ ବିଶ୍ୱାଳ, ଡଃ ନିତ୍ୟାନନ୍ଦ ଖମାରୀ, ଶ୍ରୀ ମନମୋହନ ପଟ୍ଟନାୟକ, ଶ୍ରୀ କୁରୁକ୍ଷେତ୍ର ଧାଙ୍ଗଡ଼ାମାଝୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉପାଧ୍ୟକ୍ଷ ଭାବେ ପୂର୍ବତନ ଆଇଜି ଅରୁଣ କୁମାର ଉପାଧ୍ୟାୟ, ଉପଦେଷ୍ଟା ଭାବେ ରୋଟାରିୟାନ ଅଜୟ ଅଗ୍ରୱାଲ ଓ ମିଡ଼ିଆ ସଂଯୋଜକ ଭାବେ ବାସ୍ତୁବିତ୍ ଡଃ ମନୋଜ ଲେଙ୍କା ରହିଛନ୍ତି ବୋଲି ଡଃ ଜ୍ଞାନେନ୍ଦ୍ର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ