ସମାଜସେବୀ ପ୍ରମିଳା ରାଉତଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ସ୍ୱର୍ଗତ ଇନ୍ଦ୍ରମଣି ରାଉତଙ୍କ ଧର୍ମପତ୍ନୀ ସ୍ୱର୍ଗତା ପ୍ରମିଳା ରାଉତଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ବରିଷ୍ଠ ସାମ୍ବାଦିକ ପରେଶ ଚନ୍ଦ୍ର ଦାସ, ପୂର୍ବତନ ନଗରପାଳ ଧିରେନ ସାହୁ, ଭାଗିରଥୀ ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତା ରାଉତଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଣଧୀର ଜେନା, ଶୈଳବାଳା ସାମଲ, ସାହିଦ ଖାନ୍‌, ବୈଷ୍ଣବ ପ୍ରଧାନ, ଶରତ ଚନ୍ଦ୍ର ଧଳ, ନିରଞ୍ଜନ ପରିଡା,ନଳିନିବିହାରୀ ମହାନ୍ତି, ମୁକ୍ତାର ଖାଁ, ସୈାକତ ଖାଁ, କମଳାକାନ୍ତ ବେହେରା ପ୍ରମୁଖ ଯୋଗଦେଇ ସ୍ୱର୍ଗତା ରାଉତଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସଂସଦର ସମ୍ପାଦକ ସୁଶିଲ ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗୋଲଖ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ