ଗାନ୍ଧୀ ଜୟନ୍ତୀରେ ପଦଯାତ୍ରା ପାଇଁ ନଗର ବିଜେଡିର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଟାଉନ୍ ହଲ୍‌ରେ ଆସନ୍ତା ଗାନ୍ଧୀ ଜୟନ୍ତୀଠାରୁ ଏକ ମାସ ବ୍ୟାପି ହେବାକୁ ଥିବା ପଦଯାତ୍ରା କାର୍ଯ୍ୟକ୍ରମ ପାଇଁ ନଗର ବିଜେଡି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ନଗର ସଭାପତି ଯଯାତୀ କେଶରୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ବିଜେଡି ସଭାପତି ଧିରେନ୍ କୁମାର ସାହୁ ଓ କେନ୍ଦ୍ରାପଡାର ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଦଳର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଆଗାମୀ ଦିନରେ ଦଳର ଜନ ସମ୍ପର୍କ ପଦଯାତ୍ରା ଓ ପ୍ରାଥମିକ ସଭ୍ୟ ସଂଗ୍ରହ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅକ୍ଟୋବର ମାସ ୨ତାରିଖଠାରୁ ୩୧ତାରିଖ ପର୍ଯ୍ୟନ୍ତ ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ । ଆସନ୍ତା ୨ତାରିଖ ସକାଳ ୮ ଟାରେ ଗରାପୁର ଡାକ ବଙ୍ଗଳା ଛକସ୍ଥିତ ଗାନ୍ଧୀମୂର୍ତ୍ତି ପାଖରୁ ଜନ ସମ୍ପର୍କ ପଦଯାତ୍ରା ବାହାରି ତିନିମୁହାଣୀ ଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥଳ ପର୍ଯ୍ୟନ୍ତ ଯିବ । ଏହି ପ୍ରସ୍ତୁତି ବୈଠକରେ ରଞ୍ଜିତ ସାହୁ, ନଗର ବିଜେଡି ସଭାପତି ଯଯାତୀ କେଶରୀ ମହାନ୍ତି, ହିରଣ୍ୟ ପଣ୍ଡା, ଉମେଶ ନାୟକ, ପ୍ରଦୀପ୍ତ ଜେନା, ହିବ୍‌ଜୁର ରହେମାନ, ମୁକ୍ତାର ଖାଁ, ପ୍ରଶାନ୍ତ କୁମାର ସିଂହ, ସମ୍ବିତ ଶ୍ରୀଚନ୍ଦନ, ପ୍ରଦୀପ ନାୟକ, ନାରାୟଣ ସାହୁ, ସେକ୍ ଇନାୟତ, ଏମଡି ନିୟାଜ, ରମେଶ ଦାସ, ସେକ ରହେମତ, କ୍ଷୀରୋଦ ମେକାପ, ବିଭୂତିଭୂଷଣ ପଣ୍ଡା, ଅନିଲ ଅହମ୍ମଦ, ଆକାଶ ବେହେରା, ଟୁକୁନି ସିଂହ, ସେକ ନସିମୁଦ୍ଦିନ, ସେକ ଇମରାନ, ମାନସ ଦାସ, ବିଜୟ ମଣ୍ଡଳ, ସାହେବ ସାହିଲ ରାଉତ, ଅଜିତ ବେହେରା, ସେକ ରକିବୁର ରହେମାନ, ସେକ ଗୋଫ୍ରାନ, ସେକ ଚାନ୍ଦ, ମହେନ୍ଦ୍ର ମିଶ୍ର, ସମୀର କୁମାର ଚାନ୍ଦ, ଅଶିଷ କୁମାର ପାଣି, କୃଷ୍ଣଚନ୍ଦ୍ର ମଲ୍ଲିକ, ସୟଦ ମୁକ୍ତାର ଅଲ୍ଲୀ, ସେକ ତଫୁରୁଦ୍ଦିନ ଓ କମଳାକାନ୍ତ ବେହେରାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ