ବ୍ୟାଙ୍କ୍ ଚାବି ଭାଙ୍ଗି ଲୁଟ୍ ଉଦ୍ୟମ, ଜଣେ ଅଟକ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ସିନେମାହଲ ଛକ ନିକଟରେ ଅବସ୍ଥିତ ୟୁନିଅନ ବ୍ୟାଙ୍କ୍ ଶାଖା -୨ରୁ ରବିବାର ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ହୋଇଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି। ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଖବର ପାଇ ହିଞ୍ଜିଳି ପୁଲିସ ସୋମବାର ସକାଳେ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛି। ନିକଟସ୍ଥ ଅଞ୍ଚଳର ଏକ ଦୋକାନର ସିସିଟିଭି ଫୁଟେଜ ଯାଞ୍ଚ କରି ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ବ୍ୟାଙ୍କ ଶାଖା ପରିଚାଳକ ହିଞ୍ଜିଳି ଥାନାରେ କୈାଣସି ଲିଖିତ ଅଭିଯୋଗ କରିନଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି। ପ୍ରକାଶ ଯେ, ହିଞ୍ଜିଳିକାଟୁ ପୈାରାଞ୍ଚଳ ସିନେମାହଲ ଛକ ସାହେବ କମ୍ପ୍ଲେକ୍ସ ଉପର ମହଲାରେ ଅବସ୍ଥିତି ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା -୨ରେ ରବିବାର ବିଳମ୍ବିତ ରାତ୍ର ପ୍ରାୟ ୨ଘଣ୍ଟା ୧୫ ମିନିଟ ସମୟରେ ଜଣେ ମୁଖାଧାରୀ ଲୁଟେରା ବ୍ୟାଙ୍କକୁ ଯାଇ ସିସିଟିଭି ସଂଯୋଗ ତାରକୁ କାଟି ବ୍ୟାଙ୍କ୍ ଦରଜା ତାଲା ଭାଙ୍ଗି ଭିତରକୁ ପଶିଥିଲେ ମଧ୍ୟ ଲୁଟ୍ କରିବାରେ ସକ୍ଷମ ନହୋଇ ଫେରି ଆସିଥିବା ନିକଟସ୍ଥ ଏକ ଦୋକାନର ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି। ସୋମବାର ସକାଳେ ବ୍ୟାଙ୍କ୍ ସୁରକ୍ଷା କର୍ମୀ ବ୍ୟାଙ୍କରେ ପହଞ୍ଚି ତାଲା ଭଙ୍ଗା ଯାଇଥିବା ଦେଖି ଶାଖା ପରିଚାଳକଙ୍କୁ ଜଣାଇଥିଲେ। ପରେ ଶାଖା ପରିଚାଳକ ବ୍ୟାଙ୍କରେ ପହଞ୍ଚି ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ନିକଟସ୍ଥ ଅଞ୍ଚଳର ଏକ ଦୋକାନର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ସିସିଟିଭି ଫୁଟେଜ ଯାଞ୍ଚରୁ ଜଣାପଡିଥିବା ଜଣେ ଯୁବକଙ୍କୁ ପୁଲିସ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ତେବେ ଘଟଣା ସମ୍ପର୍କରେ ପୁଲିସ ପକ୍ଷରୁ କୋୖଣସି ପ୍ରତିକ୍ରିୟା ମିଳିପାରିନାହିଁ। ବ୍ୟାଙ୍କ୍ ତାଲା ଭାଙ୍ଗି ଲୁଟ୍ ଉଦ୍ୟମ ଘଟଣା ପରେ ସ୍ଥାନୀୟ ଅଞ୍ଚଳର ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ପ୍ରକାଶ ଥାଉକି ୨୫ ତାରିଖ ବିଳମ୍ବିତ ରାତିରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ତରତାରିଣୀ ରାସ୍ତାରେ ଥିବା ପ୍ରସାଦ ମୁନିଙ୍କ ତେଜରାତି ଦୋକାନ ଭେଣ୍ଟିଲିଟର ଭାଙ୍ଗି କୈାଣସି ଦୁବୃର୍ତ୍ତ ୪୦ ହଜାର ଟଙ୍କା ସମେତ କିଛି ଖାଦ୍ୟ ସାମଗ୍ରୀ ଜିନିଷ ଲୁଟ୍ କରି ଫେରାର ହେବାରେ ସକ୍ଷମ ହୋଇଥିଲେ। ପାର୍ବଣ ଆରମ୍ଭରୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଇଲାକାର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ଚୋରୀ ଘଟଣା ଘଟୁଥିବା ନଜିର ରହିଛି। ପୁଲିସ ପ୍ରଶାସନ ପକ୍ଷରୁ ପାଟ୍ରୋଲି° ବ୍ୟବସ୍ଥା କଡାକଡି କରିବା ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।