ଭୀମେଶ୍ୱର ମନ୍ଦିରରେ ବାର୍ଷିକ ସାଧାରଣ ସଭା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜଧାନୀ ଭୁବନେଶ୍ୱରର ଭୀମଟାଙ୍ଗୀରେ ଥିବା ଭୀମେଶ୍ୱର ମନ୍ଦିର ପାର୍କ ଭ୍ରମଣକାରୀ ସଂଘର ବାର୍ଷିକ ସାଧାରଣ ସଭା ମନ୍ଦିର ପରିସରରେ ଅନୁଷ୍ଠାନର ସଭାପତି ଗୋଲକ ବିହାରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପାର୍କର ପରିବେଶକୁ କିପରି ଅଧିକ ସୁନ୍ଦର ଓ ଆକର୍ଷଣୀୟ କରାଯିବ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସମ୍ପ୍ରତି ପାର୍କ ମଧ୍ୟରେ ଚଲାପଥ, ପାଚେରୀ ନିର୍ମାଣ, ବିଦ୍ୟୁତ୍କରଣ, ପୁରୁଷ ଓ ମହିଳାଙ୍କ ନିମନ୍ତେ ପାଇଖାନା ନିର୍ମାଣ କରାଯାଇଅଛି । ଏହି ସାଧାରଣ ସଭାରେ ସଂଘର ସାଧାରଣ ସମ୍ପାଦକ କାମଦେବ ରଣସିଂହ ଗତବର୍ଷର ବିବରଣୀ ପାଠ କରିଥିଲେ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ମଦନ ମୋହନ ଦାଶ, ଶିବ ପ୍ରସାଦ ନାୟକ, ସହଦେବ ଦାଶ, ବିଣାପାଣୀ ସାହୁ ଏବଂ ଅବସରପ୍ରାପ୍ତ ଆଇ.ଏ.ଏସ୍. କୃଷ୍ଣଚନ୍ଦ୍ର ବଡ଼ୁ, ପ୍ରଫେସର ଧରଣୀଧର ନାୟକ, ଇଂ. ପ୍ରଫୁଲ୍ଲ ମିଶ୍ର, ଉଷାରାଣୀ ମହାନ୍ତି, ଜଳଧର ଧଳ, ଶ୍ୟାମସୁନ୍ଦର ବ୍ରହ୍ମଚାରୀ, ସୁଧାଂଶୁ ଶେଖର ହରିଚନ୍ଦନ, ରାଜେନ୍ଦ୍ର କୁମାର, ନରେନ୍ଦ୍ର ସିଂ ବର୍ମା, ବିନୋଦ ବହାରୀ ପଲାଇ, ଶଙ୍କର ମହାପାତ୍ର, ମହାଦେବ ଗରାବଡ଼ୁ, ବନବିହାରୀ ରଥ, ନିବେଦିତା ଜେନା, ଶ୍ରୀକାନ୍ତ ମହାନ୍ତି, ନିରଞ୍ଜନ ମିଶ୍ର, ରାଜକିଶୋର ଦାସ, ବଂଶୀଧର ପଣ୍ଡା, ସୁନିତା ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଶଶାଙ୍କ ଶେଖର ମହାନ୍ତିଙ୍କୁ କୋଷାଧ୍ୟକ୍ଷ ରୂପେ ନିର୍ବାଚିତ କରାଯାଥିଲା ।