ଆଞ୍ଚଳିକ ବିକାଶ ପରିଷଦ ତରଫରୁ ସତୁରୀ ତମ ବନ୍ୟ ପ୍ରାଣୀ ସପ୍ତାହ ପାଳିତ
କୁକୁଡାଖଣ୍ଡି,(ବିଭୂନନ୍ଦନ ପଣ୍ଡା): କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁଣ୍ଠବନ୍ଧ ଗ୍ରାମ ଠାରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ବେଛାସେବୀ ସଂଗଠନ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ସତୁରି ତମ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଯାଇଛି। ପରିଷଦର ସଭାପତି ସାଗର କୁମାର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବନରକ୍ଷୀ ଅଶ୍ୱିନୀ ନାହାକ, ସର୍ପ ମିତ୍ର ପି. ଅରବିନ୍ଦ ଦେଶୀବେହେରା, ପ୍ରକୃତି ବନ୍ଧୁ ବନମାଳୀ ପ୍ରଧାନ, ନଳିନୀ କାନ୍ତ ପରିଡା ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଏବଂ ମଞ୍ଚାସୀନ ଅତିଥି ମାନେ ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲ ସୁରକ୍ଷା, ବୃକ୍ଷରୋପଣ ଆଦି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେl ଜଙ୍ଗଲ ଆମର ବନ୍ଧୁ, ବୃକ୍ଷ ଆମର ଜୀବନ, ସେମାନଙ୍କ ପାଇଁ ପ୍ରାଣୀଜଗତ ବଞ୍ଚିରହିଛି, ବୃକ୍ଷ ବିନା ବଂଚିବା ଅସମ୍ଭବ ବିଷୟବସ୍ତୁକୁ ଆଧାର କରି ବକ୍ତାମାନେ ସମୁଚିତ ବକୃତା ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କ ମନ ମଧ୍ୟରେ ବୃକ୍ଷରୋପଣ ଏବଂ ପରିବେଶ ସୁରକ୍ଷାର ଆଗ୍ରହ ସୃଷ୍ଟି କରି ପାରିଥିଲେ।ଏହା ସହିତ ନିରୀହ ବନ୍ୟ ଜନ୍ତୁମାନଙ୍କୁ ଶିକାର ନକରିବା ପାଇଁ ଅତିଥିମାନେ ନିଜନିଜର ଭାଷଣ ମାଧ୍ୟମରେ ବ୍ୟକ୍ତ କରି ପଶୁଶିକାର ଏକ ଦଣ୍ଡନୀୟ ଅପରାଧ ବୋଲି ସଚେତନତା କରାଇଥିଲେ। ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସଚେତନତା ଶୋଭାଯାତ୍ରା ବାହାରି ଗୁଣ୍ଠବନ୍ଧ ଗ୍ରାମ ପରିକ୍ରମା କରି ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବନବିଭାଗର କର୍ମଚାରୀ, ବିଦ୍ୟାଳୟର ଶିକ୍ଷୟତ୍ରୀ ସଂଗୀତା ସାମଲ, ରେଣୁଝରା ପୁଷ୍ପଶ୍ରୀ, ପରିଷଦର ସମ୍ପାଦକ ବିଜେନ୍ଦ୍ର ମାଝୀ, ଧର୍ମରାଜ ପାତ୍ର, ପୁରୁଷୋତ୍ତମ ସ୍ୱାଇଁ, ରାକେଶ ବିଷୋୟୀ, ଶ୍ରୀକାନ୍ତ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l


