ତ୍ରିଦିବସୀୟ ଉଚ୍ଚପ୍ରାଥମିକ ସ୍ତରୀୟ ଶିକ୍ଷକ ତାଲିମ ଶିବିର ଉଦଯାପିତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୈାରାଞ୍ଚଳ‌ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଉଚ୍ଚପ୍ରାଥମିକ ଶିକ୍ଷକ ତାଲିମ ଶିବିର ସୋମବାର ଉଦଯାପିତ ହୋଇଯାଇଛି। ଆୟୋଜିତ ଶିବିରରେ ହିଞ୍ଜିଳିକାଟୁ ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨ଟି ପର୍ଯ୍ୟାୟରେ ୧୦୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ। ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟର ପ୍ରଧାନାଶିକ୍ଷୟିତ୍ରୀ ଶ୍ ଶାନ୍ତିଲତା ମୁନି ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହ ତାଲିମ ସମ୍ପର୍କୀତ ଅଭିଭାଷଣ ରଖିଥିଲେ l ତାଲିମ ଦେବାପାଇଁ ସମ୍ବଳଶିକ୍ଷକ ଭାବରେ ଶିକ୍ଷକ ବାବୁଲା ସାହୁ, ଅମରେଶ ସାହୁ, ରବୀନ୍ଦ୍ର ଗୌଡ଼ ଓ ଏନ. ରଘୁନାଥ ଯୋଗ ଦେଇଥିଲେ l ଏହି ତାଲିମରେ ଶିକ୍ଷକମାନଙ୍କ ବିକାଶାତ୍ମକ ଲକ୍ଷ୍ୟ, ନେତୃତ୍ୱ ଗୁଣର ବିକାଶ, ହାଉସ ବ୍ୟବସ୍ଥା,ବର୍ଣାଳୀ,ଜାତୀୟ ଉପଲବ୍ଧି ସର୍ବେକ୍ଷଣ, ୟୁ ଡାଇସ ପ୍ଲସ, ସାଇବର ସୁରକ୍ଷା, ମାସିକ ପାଠ୍ୟକ୍ରମ ଭଳି ୧୨ଟି ବିଷୟ ସହ ୧୨ଟି ଅଧିବେଶନ ରହିଥିଲା l ଉଦଯାପନୀ ଉତ୍ସବରେ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶୀଲ କୁମାର ପାତ୍ର ଯୋଗଦେଇ ତାଲିମର ଉପଯୋଗୀତା ଓ ସମସ୍ତ ବିଷୟ ଶ୍ରେଣୀ କକ୍ଷରେ ପ୍ରୟୋଗ କରିବା ସମ୍ପର୍କରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ