ରେଳଚାଳକ ସଙ୍ଘର ଏକ ଦିବସୀୟ ଧାରଣା

ଖୋର୍ଦ୍ଧା,(ୱାଏନଏସ):ଅଖିଳ ଭାରତୀୟ ରେଳଚାଳକ ସଙ୍ଘର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସମିତିର ଆହ୍ୱାନ କ୍ରମେ ଦୀର୍ଘଦିନର ଦାବି ନେଇ ସର୍ବଭାରତୀୟ ସ୍ତରରେ ସମସ୍ତ ଜୋନର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଅନୁସାରେ ପୂର୍ବତଟ ରେଳପଥ ଜୋନର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଚାଳକ ଏବଂ ସହଚଳକମାନେ ଧାରଣା ଦେଇଥିଲେ l ସେମାନଙ୍କର ଦାବି ଗୁଡ଼ିକ ହେଲା 36 ଘଣ୍ଟା ମଧ୍ୟରେ ମୁଖ୍ୟାଳୟକୁ ଫେରାଇଆଣିବା, ଦୁଇଟି ଟ୍ରିପ କାର୍ଯ୍ୟ କରିବା ପରେ ମୁଖ୍ୟାଳୟକୁ ଫେରାଇ ଆଣିବା, ମୁଖ୍ୟାଳୟକୁ ଅତିକ୍ରମ କରି କାର୍ଯ୍ୟକରିବା ବନ୍ଦ କରିବା, ଛତ୍ରପୁର ଓ ରାଜଆଠଗଡ଼ ଭଳି ଯୋଗ୍ୟତା ନଥିବା ରନିଙ୍ଗ ରୁମକୁ ବନ୍ଦ କରିବା, ସପ୍ତାହିକ 46 ଘଣ୍ଟା ବିଶ୍ରାମ ପ୍ରଦାନ କରିବା, ମାଲଗାଡ଼ିରେ 8 ଘଣ୍ଟା ଏବଂ ଯାତ୍ରୀବାହି ଗାଡ଼ିରେ 6 ଘଣ୍ଟା କାର୍ଯ୍ୟାସମୟ ନିର୍ଧାରଣ କରିବା, ଲଗାତାର ଦୁଇ ରାତ୍ରୀ କାର୍ଯ୍ୟପରେ ଗୋଟିଏ ରାତ୍ରୀ ବିଶ୍ରାମ ପ୍ରଦାନ କରିବା, ମାଇଲେଜ ଭତ୍ତାର ଆୟାକର ଛାଡ଼ ସୀମାକୁ ବୃଦ୍ଧି କରିବା, ଟ୍ରଲି ବ୍ୟାଗ ବ୍ୟବସ୍ଥାକୁ ବନ୍ଦ କରି ଇଞ୍ଜିନରେ ଟୁଲ ବକ୍ସ ପ୍ରଦାନ କରିବା, ସମସ୍ତ ରେଳ ଇଞ୍ଜିନରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ରର ବ୍ୟବସ୍ଥା କରିବା, ସମସ୍ତ ରନିଙ୍ଗ ରୁମର ମାନ ବୃଦ୍ଧିକରିବା, ସହାୟକ ଚାଳକଙ୍କୁ ଷଷ୍ଠସ୍ତର, ମାଲଗାଡ଼ି ଚାଳକଙ୍କୁ ସପ୍ତମ ସ୍ତର, ପାସେଞ୍ଜର ଚାଳକଙ୍କୁ ଅଷ୍ଟମ ସ୍ତର, ମେଲ/ଏକ୍ସପ୍ରେସ ଚାଳକଙ୍କୁ ନବମ ସ୍ତର ପ୍ରଦାନ କରିବା, ସମସ୍ତ ଚାଳକ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ନିକଟରେ ମଟର ସାଇକେଲ ଷ୍ଟାଣ୍ଡ ଏବଂ ପାନୀୟ ଜଳର ବ୍ୟବସ୍ଥା କରିବା, ଉନ୍ନତ ଧାରଣର ୱାକିଟକି ପ୍ରଦାନକରିବା, ଗାଡ଼ି ପ୍ରଦାନ ଏବଂ ନିର୍ଧାରଣରେ ପାତରଅନ୍ତର ବନ୍ଦ କରିବା, କନିଷ୍ଠ ଚାଳକ ଏବଂ କିଛି ନିର୍ଦ୍ଧିଷ୍ଟ ଚାଳକଙ୍କ ଦ୍ୱାରା ମେମୁ ଗାଡ଼ିର ସଂଟିଙ୍ଗ କରିବା ବନ୍ଦ କରିବା, ଏନପିଏସ/ୟୁପିଏସ ଉଛେଦ କରି ପୁରାତନ ପେନସନ (ଓପିଏସ) କୁ ଲାଗୁକରିବା, ଦୈନିକ 120 ମାଇଲେଜ ଭତ୍ତା ପ୍ରଦାନ କରିବା l ଜୋନର ମହାପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା l ଦାବିଗୁଡିକୁ ରେଳପ୍ରଶାସନ ଯଥାଶୀଘ୍ର ପୂରଣ ନ କଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଙ୍ଘ ଚେତାବନୀ ଦେଇଛି l ଏହି କାର୍ଯ୍ୟକ୍ରମରେ ସଙ୍ଘର ଜୋନ ସଭାପତି ଏସ. କେ. ଚୌବେ, ଜୋନର ସଚିବ ଜୟପ୍ରକାଶ ଦଣ୍ଡପାଟ, କେନ୍ଦ୍ରୀୟ ସହ ମହାସଚିବ ଡି. କେ. ସାହୁ, କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଅଞ୍ଜନ ସାହୁ ଓ ଫିରୋଜ ଆଲାମ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ସଚିବ ଚିତ୍ତରଞ୍ଜନ ପତି, ସମ୍ବଲପୁର ମଣ୍ଡଳ ସଚିବ ବୁନା ସାହୁ, ୱାଲଟିଅର ମଣ୍ଡଳ ସଚିବ ଭୋଲାନାଥ, ଜୋନର ସଂଗଠନ ସମ୍ପାଦକ ବାନାମ୍ବର ସାହୁ, ଖୋର୍ଦ୍ଧା ରୋଡ ମଣ୍ଡଳର ସଭାପତି ସତ୍ୟ ନାରାୟଣ ପଟ୍ଟନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ