ନାମାଙ୍କନ ପତ୍ର ଦାଖଲ କଲେ ଅଶୋକ ଚନ୍ଦ୍ର ପଣ୍ଡା

ଭୁବନେଶ୍ୱର(ଯୁଗାବ୍ଦ ନ୍ୟୁଜ) : ବୁଧବାର ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା , ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ପୂର୍ବାହ୍ନ ୧୧ ଟା ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ଆଶ୍ରିବାଦ ଭିକ୍ଷା କରିଛନ୍ତି ।ସ୍ୱତନ୍ତ୍ର ବୈଠକ କରି ଉଦ୍ବୋଧନ ପଣ୍ଡା ଦେଇଥିଲେ । ଏହା ପରେ ହଜାର ହଜାର ସମର୍ଥକଙ୍କ ସହ ଆସି ବିରାଟ ପଟୁଆରରେ ଆସି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପଣ୍ଡା ରଥଦାଣ୍ଡରେ ଚାଲିି ଚାଲି ଗୋସାଗୋରେଶ୍ୱର ପର୍ଯ୍ୟନ୍ତ ଲୋକଙ୍କୁ ଭେଟି ଲୋକମାନଙ୍କ ଠାରୁ ଆଶ୍ରିବାଦ ଭିକ୍ଷା କରିଥିଲେ ।ଏହି ଶୋଭାଯାତ୍ରାରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟସାଣୀ , ବିଧାୟକ ପ୍ରାର୍ଥୀ ରଣଜିତ ମହାପାତ୍ର , ସଂଗ୍ରାମ କେଶରୀ ପାଇକରାୟ , ପ୍ରମୁଖ ପୂର୍ବତନ କର୍ପୋରେଟର ବିଭିନ୍ନ ସରପଞ୍ଚ , ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ