ଭୁବନେଶ୍ୱର ହାଇଟେକ ହସ୍ପିଟାଲରେ ଅବହେଳା ଓ ଭୁଲ ଚିକିତ୍ସା ପାଇଁ କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର

ଗଞ୍ଜାମ, (ବିନୋଦ ପଲାଇ):ଭୁବନେଶ୍ୱର ହାଇଟେକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗଞ୍ଜାମ ଥାନାରେ କାର୍ଯ୍ୟରତ ହୋମଗାର୍ଡ ଆର. ଧନୁରେଡ୍ଡୀଙ୍କ ଚିକିତ୍ସାରେ ଅବହେଳା ଓ ଭୁଲ ଇଞ୍ଜେକ୍ସନ ଯୋଗଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି lଏପରିକି ଏନେଇ ମଞ୍ଚେଶ୍ୱର ଥାନାରେ ହାଇଟେକ କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା ଦେବାକୁ ଯାଇଥିଲେ ମଧ୍ୟ ରଖିନଥିଲେ l ଲୁଚକାଳି ପରେ ବହୁ ବିଳମ୍ବରେ ଏତଲା ରଖିଥିବା ଜଣାପଡିଛି lକାର୍ଯ୍ୟରତ ହୋମଗାର୍ଡ ଧନୁଙ୍କ ଝିଅ ଆର. ମିନା ରେଡ୍ଡୀ ଥାନାରେ ଲିଖିତ ଅଭିଯୋଗ ଅନୁସାରେ, ତାଙ୍କ ବାପାଙ୍କ ଆଣ୍ଠୁ ଅପରେସନ ପାଇଁ ଗତ ୧୮.୧୦.୨୪ ରଖିରେ ଭୁବନେଶ୍ୱର ହାଇଟେକ ହସ୍ପିଟାଲରେ ଭର୍ତି କରିଥିଲେ l ପରେ ୨୪.୧୦.୨୪ତାରିଖରେ ଅପରେସନ କରାଯଇଥିଲା l ଅପରେସନ ପରେ ସେ ସୁସ୍ଥ ଥିବା ସହ କଥାବାର୍ତା ଭଲ ଭାବେ କରୁଥିଲେ lଗତକାଲି ରାତି ପ୍ରାୟ ଦଶଘଣ୍ଟିକା ସମୟରର ଏକ୍ସରେ ବାହାର କରାଯିବା ସହ ନିଦ ମେଡ଼ିସିନ ଖାଇବାକୁ ଦିଆଯାଇଥିଲା l ପରେ ରାତି ପ୍ରାୟ ଏଗାର ଘଟିକା ସମୟରେ ବାପାଙ୍କୁ ଇଞ୍ଜେକ୍ସନ ଦିଆଯାଇଥିଲେ ମଧ୍ୟ ଆମକୁ ଜଣାଇନଥିଲେ l ରାତି ତିନିଘଣ୍ଟ ସମୟରେ ବାପାଙ୍କୁ ଦେଖିବାକୁ ଗଲାବେଳକୁ ବାପା ନିସ୍ତେଜ ହୋଇ ସୋଇଛନ୍ତି l ଏନେଇ ଡାକ୍ତରଙ୍କୁ ଜଣାଇବାରୁ ମୋତେ ନକହି ବାପାଙ୍କୁ ଆଇୟୁଷୁ ରେ ଭର୍ତିକରାଦେଇଥିଲେ l ଆଇୟୁଷୁରେ ଭର୍ତି କରିବାର ଦୁଇଘଣ୍ଟା ପରେ ଆସି କହିଲେ ବାପା ମରିଯାଇଛନ୍ତି l ଯାହାକୁ ନେଇ ଆମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ l ଏହାର ପ୍ରତିବାଦ କରିବାରୁ ଆମକୁ ନାଲି ଆଖି ଦେଖିଥିଲେ ଚିକିତ୍ସା କରୁଥିବା ଡାକ୍ତର ମାନେ l ଏନେଇ ବାପାଙ୍କ ଚିକିତ୍ସାରେ ଅବହେଳା, ନିଦ ବଟିକା ଦେବା ପରେ ଭୁଲ ଇଞ୍ଜେକ୍ସନ ଦେବା ଯୋଗୁଁ ବାପଙ୍କ ମୃତ୍ୟୁ ଘଟିଥିବା, ବାପାଙ୍କ ଶରୀରକୁ ପୋଷ୍ଟ ମଟମ ସହ ନ୍ୟାୟ ପାଇଁ,ନିକଟସ୍ଥ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ ମଧ୍ୟ ରଖିନଥିଲେ l ପରେ ଗଞ୍ଜାମ ଆଇଆଇସି ସୁମିତ୍ରା ପାତ୍ର ଗଞ୍ଜାମ ଏସପିଙ୍କ ଦୃଷ୍ଟିଆକର୍ଷଣ କରିବାରୁ, ଏସପି ହସ୍ତକ୍ଷେପ କରିଥିଲେ l ଗଞ୍ଜାମ ଥାନାରୁ ଏସଆଇଙ୍କ ସହ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ହସ୍ପିଟାଲ ଓ ମଞ୍ଚେଶ୍ୱର ଥାନାକୁ ଯିବା ପରେ ବହୁଲୁଚକାଳୀ ପରେ ବହୁ ବିଳମ୍ବରେ ତଥା ସନ୍ଧ୍ୟା ୦୫.୩୦ ମିନିଟରେ ଏତଲା ରଖିଥିଲେ ମଞ୍ଚେଶ୍ୱର ଥାନା କର୍ତ୍ତୃପକ୍ଷ lପରେ କେଶ ନମ୍ବର ୫୯୪/୨୪5ଏକ ମକଦ୍ଦମା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି lଅନ୍ୟପଟେ ସନ୍ଧ୍ୟା ସୁଦ୍ଧା ହାଇଟେକ ହସ୍ପିଟାଲ କର୍ତ୍ତୃପକ୍ଷ MCL ଦେବାକୁ ରାଜିହୋଇନଥିବା ଜଣାପଡିଛି l କଣପାଇଁ ମେଡିକାଲ କର୍ତ୍ତୃପକ୍ଷ ପୋଷ୍ଟମାଟମ ପାଇଁ ରାଜିନହେବା, ପୋଲିସ ଏତଲା ରଖିବାକୁ ରୋକଠୋକ ମନାକରିବା ପରେ ବହୁ ବିଳମ୍ବରେ ଏତଲା ରଖିବା, ନେଇ ପରିବାର ଅଭିଯୋଗ ବହୁ ପ୍ରଶ୍ନବାଚି ସୃଷ୍ଟି କରିଛି l ଜଣେ କାର୍ଯ୍ୟରତ ପୋଲିସ କ୍ଷେତ୍ରରେ ଯଦି ଏପରି ଘଟିପାରୁଛି, ସାଧାରଣ ଲୋକଙ୍କ କ୍ଷେତ୍ରରେ କଣ ନଘଟୁଥିବା ତାହା ଅନୁମାନ ସାପେକ୍ଷ l ଖବର ଲେଖାହେଲାବେଳକୁ ଉତେଜନା ଲାଗିରହିଥିବା ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ