ସରକାରୀ ଦେଶିମଦ ଭାଟି ବନ୍ଦ କରିବା ନିମନ୍ତେ ଦାବୀ

ଛତ୍ରପୁର, (ଓ୍ବାଇଏନଏସ):  ଗଞ୍ଜାମ ଅବକାରୀ ଅଧୀନରେ ଥିବା ନୋଳିଆ ନୂଆଗାଁ ସରକାରୀ ଦେଶିମଦ ଭାଟି ବନ୍ଦ କରିବା  ଦାବୀ ନେଇ ଗୁରୁବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ ଙ୍କ ନେତୃତ୍ୱ ରେ ବହୁ ଅଂଚଳବାସୀ ମାନେ ଗଞ୍ଜାମ ଜିଲ୍ଲାପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି l   ଏହି ସହିତ ଏକ ଲିଖିତ ଦାବୀ ପତ୍ର ଗଞ୍ଜାମ ଜିଲ୍ଲାପାଳ ଏବଂ ଗଞ୍ଜାମ ଅବକାରୀ ଅଧିକ୍ଷିକ ଙ୍କୁ ଭେଟି ପ୍ରଦାନ କରିଛନ୍ତି l  ଉକ୍ତ ଦେଶି ମଦଭାଟି ଖୋଲାଯାଏ ତେବେ ଅଂଚଳବାସୀ ମାନେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେବା ସହିତ   ଅଂଚଳ ରେ ବିଶୃଙ୍ଖଳା ସୃଷ୍ଟି  ହେବ l   ଏନେଇ ପୂର୍ବରୁ ମଧ୍ୟ ଅଚଂଳ ବାସୀ ମାନେ ଜିଲ୍ଲାପ୍ରସାଶନ ଦୃଷ୍ଟି ଆକର୍ଷଣ କରିଥିଲେ l ଏହା ପରେ ୨୦୨୨ ମସିହାରୁ ଏହି ମଦ ଭାଟି ବନ୍ଦ ହେବା ଯୋଗୁ ଅଚଂଳରେ ଶାନ୍ତି ପୂର୍ଣ୍ଣ ବାତାବରଣ ଫେରି ପାଇଥିଲା । ଏଣୁ ପନଃ ଦେଶୀ   ମଦଭାଟିଟି ଏଠାରେ ଖୋଲିଲେ  ଅଂଚଳବାସୀ ମାନେ  ବିଭିନ୍ନ ପ୍ରକାର ଅସୁବିଧା ସମ୍ମୁଖୀନ ହେବେ । ଜନସାର୍ଥ ଓ ଜନସାସ୍ଥ୍ୟକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପୁନଃର୍ବାର ଏହାକୁ ଚାଲୁ କରିବା ପାଇଁ ପ୍ରୟାସ କରୁଥିବା ଉକ୍ତ ଦେଶୀ ମଦଭାଟିକୁ ଅନୁମତି ନ  ଦିଆଯାଉ ଏବଂ ଏହାକୁ ସ୍ଥାୟୀ ଭାବରେ ବନ୍ଦ ରଖିବା ନିମନ୍ତେ  ସେମାନେ ଦାବୀ କରିଛନ୍ତି l  ଏହି ଦାବୀ ପତ୍ର ପ୍ରଦାନ ବେଳେ ଅଗସ୍ତିନୂଆଗାଁ ପଂଚାୟତ ର ପୂର୍ବତନ ସରପଞ୍ଚ ପି. ସୀମାଦ୍ରୀ, ପି. ଏରେମ୍ମା, ଏ. ଭାନୁ, ଡି. ଏରେମ୍ମା, ପି. କାମନ୍ନା ଙ୍କ ସମେତ ବହୁ ଅଂଚଳବାସୀ ଏବଂ ମହିଳା ମାନେ ଉପସ୍ଥିତ ଥିଲେ l ଅଂଚଳବାସୀ ମାନେ କହିବା ଅନୁସାରେ   ନୋଳିଆ ନୂଆଗାଁ  ଦେଶି ମଦଭାଟି  ହେମନ୍ତ ବେହେରା ଏହି (ଟେଣ୍ଡର ) ଟି ପାଇଛନ୍ତି । ପୂର୍ବରୁ ହେମନ୍ତ ବେହେରାଙ୍କ ଭାଇ  ଏହି ଦେଶୀ ଭାଟି ଦୋକାନକୁ ୨୦୦୫ ଠାରୁ ୨୦୨୦ ପର୍ଯ୍ୟନ୍ତ କ୍ରମାଗତ ଭାବରେ ୧୫ ବର୍ଷକାଳ ଏହି ଦୋକନାଟିକୁ ଚଲାଉଥିଲେ । ସେହି ସମୟରେ ଅଗସ୍ତିନୂଅଗାଁ ଏବଂ ପୋଡାପଦର ପଂଚାୟତ ରେ  ସରକାରଙ୍କ ନିୟମ ଭଙ୍ଗ କରି ଅପମିଶ୍ରଣ ମଦ ତିଆରି କରି ଲୋକଙ୍କୁ ବିକ୍ରୟ କରୁଥିଲେ । ଯାହା ଦ୍ବାରା  ବହୁ ମହିଳା ସ୍ୱାମୀମାନଙ୍କୁ ହରାଇ ବିଧବା ହୋଇଥିବାର ନଜର ରହିଛି ଏବଂ ଅଳ୍ପବୟସର ଲୋକଙ୍କର ରୋଗ ଗସ୍ତ ହୋଇ ମୁତ୍ୟବରଣ କରୁଥିଲେ । ଏଣୁ ପଂଚାୟତ ସରପଚଂ ଏବଂ ଗ୍ରାମବାସୀ ବୃନ୍ଦ ସମସ୍ତେ ୨୦୨୦ ମସିହାରୁ ଲିଖିତ ଆକାରରେ ସରକାରଙ୍କୁ ଅବଗତ କରାଇଥିଲେ । ଏହା ସହିତ ଚୋରି ଡକାୟତ, ରାହାଜାନି ଗୁଣ୍ଡାଗର୍ଦ୍ଦି , ନାରି ନିଯ୍ୟାତନା ଅସାମଜିକ କାର୍ଯ୍ୟ ବୁଦ୍ଧି ପାଉଥିଲା ଏବଂ ଏହି ବିଶାକ୍ତ ପୋଚ ପାଣିକୁ ପିଇ ଗୃହ ପାଳିତ ପଶୁ ମଧ୍ୟ ରୋଗ ପ୍ରସ୍ତୁର ମୃତ୍ୟୁବରଣ କରିଥିଲେ । ଏହାର କୁପ୍ରଭାବ ସିଧାସଳଖ ଭାବରେ ସ୍ଥାନୀୟ ଗ୍ରାମବାସୀ ଓ ଏହି ରାସ୍ତାରେ ଯାତାୟତ କରୁଥିବା ସ୍କୁଲକୁ ଯାଉଥିବା ଛାତ୍ର ଛାତ୍ରୀ କର୍ମଜିବୀ ମହିଳା ଓ ସାଧାରଣ ଲୋକମାନଙ୍କ ନିୟମିତ ଯାତାୟତ ଏହି ଅଚଂଳଦେଇ ହୋଇଥାଏ   l ଏହାଫଳରେ ଗ୍ରାମରେ ପଚଂୟତରେ ଅଶାନ୍ତି ଓ ସାମାଜିକ କାର୍ଯ୍ୟକଳାପ ବିଶୃଙ୍ଖଳା ସୃଷ୍ଟି ହେବାକୁ ଯାଉଛି । ଉକ୍ତ ମଦ ଭାଟିରୁ ନିର୍ଗତ ହେଉଥିବା ଦୁର୍ଗନ୍ଧଯୁକ୍ତ ଜୈବିକ ଗ୍ୟାସ ଏବଂ ବର୍ଯ୍ୟପାଣି ଯୋଗୁ ଗ୍ରାମର ପରିବେଶ ଦୁଷିତ ହୋଇଥିବାର ଅଭିଯୋଗ ରହିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ