କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ବିଧାୟକଙ୍କୁ ଦାବି ପତ୍ର

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦ୍ରୁଝର ଜିଲ୍ଲା ଆନନ୍ଦପୁର କ୍ଲଷ୍ଟରର ଅଲ୍ ଓଡିଶା ୧୦୮ ଆମ୍ବୁଲାନ୍ସ ତରଫରୁ ଆସନ୍ତା ନଭେମ୍ବର ୧ତାରିଖ ଠାରୁ ଅନିର୍ଦିଷ୍ଟ କାଳ ପାଇଁ ଜରୁରୀ କାଳୀନ ରୋଗୀ ସେବା ଠପ୍ କରି ସମସ୍ତ ୧୦୮ ଆମ୍ବୁଲାନ୍ସର କର୍ମଚାରୀ ମାନେ ଅନ୍ଦୋଳନ କରିବାକୁ ନିଷ୍ପତି ନେଇଛନ୍ତି। ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଯଥା- ବନ୍ୟା, ବାତ୍ୟା, କରୋନା ମହାମାରୀ ଓ ସାମୁହିକ ଦୁର୍ଘଟଣା ଏମିତିକି ବାହାନଗା ଟ୍ରେନ୍ ଦୁର୍ଘଟଣା ଭଳି ସମୟରେ ନିଜ ଜୀବନକୁ ଖାତିର ନକରି ଖୁବ୍ କମ୍ ପାରିଶ୍ରମିକରେ ଜନସାଧାରଣ ମାନଙ୍କୁ ରୋଗୀ ସେବା ଯୋଗାଇ ଆସୁଅଛୁ । କିନ୍ତୁ ବଡ଼ଦୁଃଖ ଓ ପରିତାପର ବିଷୟ ଆମେ ସମସ୍ତ ଜିଲ୍ଲାର କର୍ମଚାରୀ ମାନେ ନିଜର ଦୁଃଖ ଜଣାଇବା ପାଇଁ ଖରା, ବର୍ଷା, ରାତି କଟାଇ ସମସ୍ତ ପ୍ରଶାସନିକ ଅଧୁକାରୀ, ସମସ୍ତ ବିଭାଗୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଅଭିଯୋଗ ଜଣାଇରେ ମଧ୍ୟ କେହି ହେଲେ ବି ଆମ ପ୍ରତି ଦୃଷ୍ଟି ହେବା ଦୂରର କଥା ଦାବି ଶୁଣୁ ନାହାନ୍ତି । ଯାହାଫଳରେ ଠିକାସଂସ୍ଥା ନିଜର ମନମାନି ଆରମ୍ଭ କରିବା ସହ ଆମମାନଙ୍କ ଭଳି ଗରିବ ମଧ୍ଯମିତ କର୍ମଚାରୀଙ୍କ ପେଟରେ ନାତ ମଧ୍ୟ ମାରୁଛି । ଏହାକୁ ନେଇ ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଥିବା ନେଇ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଙ୍କ ନିକଟରେ ଅଭିଯୋଗ କରିଛନ୍ତି ୧୦୮ କର୍ମଚାରୀ। ସେ ମଧ୍ୟ କର୍ମଚାରୀଙ୍କ ଅଭିଯୋଗ ଶୁଣି ସରକାର ଙ୍କୁ ଅବଗତ କରାଇବା ସହ ସମ୍ପୂର୍ଣ୍ଣ ସାହାଯ୍ୟ , ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିରେ ଇଏମଟି କୌଷ୍ଟୁଭ ମଣ୍ଡନ ଘଡେଇ, ଦେବବ୍ରତ ରାଉତ, ତୃପ୍ତି ରଞ୍ଜନ ନାୟକ, ମାନସ ଜେନା, ସୂରେଶ ଖଣ୍ଡା, ଜୟଦେବ ନାୟକ ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ