ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼ ୨ଅସାମାଜିକ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଅଞ୍ଚଳ କଲୋନୀ ମୁକ୍ତେଶ୍ଵର ଶୈବପୀଠ ପାର୍ଶ୍ଵ କେନାଲ ସାହି ରେ କିଛି ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି।ଗୁରୁବାର ରାତି ପ୍ରାୟ ୩ ଟାରେ କେନାଲ ସାହି ରେ କୃଷ୍ଣ ମହାନ୍ତି ଙ୍କ ଭଡା ରେ ରହୁଥିବା ରାଜେନ୍ଦ୍ର ସେଠୀ ଙ୍କ ଘର କୁ ଲକ୍ଷ୍ୟକରି ଏହି ବୋମାମାଡ଼ କରାଯାଇଛି।ବୋମାମାଡ଼ ରେ କେହି ମୃତାହତ ହୋଇନଥିଲେ ମଧ୍ୟ ଘର ଛାତ ର ସିମେଣ୍ଟ ପଲସ୍ତରା ଭାଙ୍ଗି ତଳେ ପଡ଼ିଛି ।ଦୁର୍ବୃତ୍ତ ମାନେ ବାଇକ ରେ ଆସି ରାଜେନ୍ଦ୍ର ରହୁଥିବା ଘରକୁ ଲକ୍ଷ୍ୟକରି ଲଗାତାର ୨ ଟି ବୋମା ନିକ୍ଷେପ କରି ଦୁର୍ବୃତ୍ତ ମାନେ ଚମ୍ପଟ ମାରିଥିଲେ। ଶୁକ୍ରବାର ସକାଳେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରିବାସହ ବୋମା ଟୁକୁରା ସଂଗ୍ରହ କରିବା ସହ ପଚରାଉଚୁରା କରି ଫେରିଛନ୍ତି। ରାଜେନ୍ଦ୍ର ଦିଗପହଣ୍ଡି ଥାନାରେ ପହଞ୍ଚି ପୋଲିସକୁ ସବିଶେଷ ସୂଚନା ଦେବାସହ ଏତଲା ଦେଇଛନ୍ତି।ଗତ ୨୬ ତାରିଖ ଶନିବାର ସନ୍ଧ୍ୟା ପ୍ରାୟ ୭ ଟାରେ ପ୍ରଥମେ ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତା ର ପଦ୍ମନାଭପୁର ରାସ୍ତାରେ କୁଶପଡ଼ା ଗ୍ରାମର ଗାଡ଼ି ଚାଳକ ଶତ୍ରୁଘ୍ନ ବିଷୋୟୀ ଙ୍କୁ ଏକାଧିକ ଦୁର୍ବୃତ୍ତ ବାଇକ ରେ ଗୋଡ଼ାଇ ବୋମାମାଡ଼ କରିଥିଲେ।ସେ ସେଠାରୁ କୌଶଳକ୍ରମେ ଖସି ଯାଇଥିଲେ। ତାଙ୍କୁ ପିଛା କରି ଥାନା ଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ କାର୍ଯ୍ୟାଳୟ ନିକଟରେ ଶତ୍ରୁଘ୍ନ ଠିଆ ହୋଇଥିବା ବେଳେ ଦୁର୍ବୃତ୍ତ ମାନେ ଏକ ବୁଲେଟ ରେ ଆସି ତାଙ୍କୁ ଲକ୍ଷ୍ୟକରି ୨ ଟି ବୋମାମାଡ଼ କରିଥିଲେ। ସେ ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ।ଦୁର୍ବୃତ୍ତ ମାନେ କିଛି କ୍ଷଣ ମଧ୍ୟରେ ଚମ୍ପଟ ମାରିଥିଲେ।ଏହି ଘଟଣାରେ ଶତ୍ରୁଘ୍ନ ଙ୍କ ଏତଲାକ୍ରମେ ପୋଲିସ ସମ୍ପୃକ୍ତ ଜଗା ସେଠୀ, ବଳି ସେଠୀ,ଚନ୍ଦନ ସେଠୀ ଏବଂ କୃଷ୍ଣ ସେଠୀ ଙ୍କ ନାଁ ରେ ୪୨୦/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।ଗିରଫ ଭୟରେ ସେମାନେ ଫେରାର ଥିବା ପୋଲିସ କହିଛି।ବହୁ ଅସାମାଜିକ କାର୍ଯ୍ୟକଳାପ ରେ ଲିପ୍ତ ସହରର ୨ ଗୋଷ