ଅହମଦୀୟା ମୁସଲିମ ଯୁବ ସମାଜ ପକ୍ଷରୁ ସଫେଇ ଅଭିଯାନ
ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ):ସ୍ବଚ୍ଛତା ହିଁ ସଭ୍ୟତାର ପରିଚୟ । ଏହି ଭଳି ମହତ କାମ କରିବାର ଦେଖିବାକୁ ମିଳିଛି, ଖୋର୍ଦ୍ଧା ସହରର ଟ୍ରାଫିକ ଛକ, ବି.ଜେ.ବି ହାଇସ୍କୁଲ ପରିସର ଏବଂ ଖୋର୍ଦ୍ଧା କୋଟ ପରିସରରେ । ଖୋର୍ଦ୍ଧା ଉପକଣ୍ଠ କେରଙ୍ଗ ଓ ମହିମୁଦାବାଦ ଅହମଦୀୟା ଯୁବ ସଂଗଠନ ପକ୍ଷରୁ ସଫେଇ ଅଭିଯାନ ଆରମ୍ଭ ହୋଇଛି । ଆଲୋକର ପର୍ବ ଦୀପାବଳୀ ଉପଲକ୍ଷେ ପର୍ବ ପାଳିସାରିଲା ପରେ ସମସ୍ତ ରାସ୍ତା ଘାଟ ଏବଂ ଗଳିକନ୍ଧି ସଂପୂର୍ଣ୍ଣ ମଇଳା ଓ ଅବର୍ଜନାରେ ଭରି ଯାଇଥିଲା । ପରିବେଶ ଓ ରାସ୍ତାଘାଟ ସଫେଇ ରଖିବା ପାଇଁ ଶତାଧିକ ଅହମଦି ଯୁବକମାନେ ଏହି ଅଞ୍ଚଳରେ ସଫେଇ କାର୍ଯ୍ୟ କରିଥିଲେ । ଅହମଦି ମୁସଲମାନମାନଙ୍କର ଏହା ଧର୍ମ ବିଶ୍ବାସ ଯେ ସ୍ବଚ୍ଛତା ହିଁ ସଭ୍ୟତାର ପରିଚୟ ହୋଇଥାଏ । ଇସଲାମ ଧର୍ମର ପ୍ରତିଷ୍ଠାତା ହଜରତ ମୁହମ୍ମଦ ସଲ୍ଲମ କହିଛନ୍ତି,ସ୍ବଚ୍ଛତା ଧର୍ମ ବିଶ୍ବାସର ଏକ ଅବିଚ୍ଛ୍ୟେଦ ଅଙ୍ଗ ଅଟେ । ଅହମଦୀୟା ମୁସଲିମ ଯୁବ ସଂଗଠନ ବର୍ଷସାରା ଏପରି ଜନ କଲ୍ୟାଣ ଓ ମାନବ ସେବା କାର୍ଯ୍ୟ କରିବାରେ ତତ୍ପର ଓ ଅଗ୍ରସର । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ଯୁବ ସଭାପତି ତବରେଜ ଅହମଦ ଖାଁ ଯୋଗ ଦେଇଥିବା ବେଳେ, କେରଙ୍ଗ ଓ ମହିମୁଦାବାଦର ଶତାଧିକ ଯୁବ ଗୋଷ୍ଠି ସାହାଯ୍ୟ ଓ ସହଯୋଗ କରିଥିଲେ । ସମ୍ମାନୀତ ଅତିଥି ଭାବେ କେରଙ୍ଗ ଅହମଦୀୟା ଯୁବ ସଂଗଠନର ସଭାପତି ମୋହିଉଦ୍ଦିନ ଖାଁ, ଉପସଭାପତି କାସିଫ ଅହମଦ, ସୋଲେମାନ ଖାଁ,ସେକ କାସିମ,ଇକବାଲ ଖାଁ ଏବଂ ଜଫରୁଲ୍ଲାଃ ଖାଁ ଯୋଗଦେଇ ଯୁବକମାନଙ୍କୁ ଉତ୍ସାହିତ କରିଥିଲେ ।