ଡେଙ୍ଗାପଦର ଓ ଶେରଗଡ଼ ରଘୁନାଥ ମଠରେ ଗୋବର୍ଦ୍ଧନ ଉତ୍ସବ
ଶେରଗଡ଼,(ବିଭୁ ପ୍ରସାଦ ଦାଶ):ଡେଙ୍ଗାପଦର ସ୍ଥିତ ରଘୁନାଥ ମଠରେ ଗୋବର୍ଦ୍ଧନ ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ସକାଳୁ ପୂଜାର୍ଚ୍ଚନା ସାଙ୍ଗ କୁ ଷୋଡ଼ଶ ଉପଚାର ପୂର୍ବରୁ ମଙ୍ଗଳ ଆରତୀ ପରେ ପୂଜା କରାଯାଇ ଥିଲା। ମଠ ପକ୍ଷରୁ ମହନ୍ତ ମାନଙ୍କୁ ଡକାଯାଇ ସମ୍ମାନିତ କରିବା ସହ ସାମୁହିକ ପଙ୍ଗତ କରାଯାଇଥିଲା। ରଘୁନାଥ ମଠର ମଠାଧୀଶ ପରମାନନ୍ଦ ଦାସ ଗୋସ୍ୱାମୀ ଙ୍କ ପ୍ରତ୍ଯେକ୍ଷ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ଯ କ୍ରମରେ ବହୁ ଶିଷ୍ଯ ଆଶ୍ରିତ ମାନେ ଯୋଗଦେଇ ଗୋବର୍ଦ୍ଧନ ଉତ୍ସବ ରେ ଭାଗନେଇ ଥିଲେ। ସେହିପରି ଶେରଗଡ ରଘୁନାଥ ମଠରେ ମଧ ଗୋବର୍ଦ୍ଧନ ଉତ୍ସବ ପାଳିତ ହୋଇଛି। ବହୁ ଶ୍ରଦ୍ଧା ଳୁ ଉକ୍ତ କାର୍ଯ୍ଯକ୍ରମ ରେ ଭାଗ ନେଇଥିଲେ


