ରାଇରଙ୍ଗପୁର ରେ ମୟୂରଭଞ୍ଜ -୨ ଓଷ୍ଟା ତରଫରୁ ୪ ର୍ଥ ସାମ୍ବିଧାନିକ ସମ୍ମିଳନୀ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ରାଇରଙ୍ଗପୁର ବ୍ଳକ ଅନ୍ତର୍ଗତ ଦୁବୁଲାଵେଡାସ୍ଥିତହେରମ୍ବ ନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଦିନ ମୟୂରଭଞ୍ଜ -୨ ଓଷ୍ଟା ତରଫରୁ ଚତୁର୍ଥ ସାମ୍ବିଧାନିକ ସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ ନାଏକ, ବିଶିଷ୍ଟ ଅତିଥି ଜିଲ୍ଲା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ପୁର୍ଣ୍ଣଚନ୍ଦ୍ର ସେଠୀ, ବିଶିଷ୍ଟ ଅତିଥି ଓଷ୍ଟା ରାଜ୍ୟ ସଭାପତି ଅକ୍ଷୟ ମିଶ୍ର, ମୁଖ୍ୟ ବକ୍ତା ଓଷ୍ଟା ରାଜ୍ୟ ସଂପାଦକ ରଂଜନ କୁମାର ଦାସ, ସମ୍ମାନିତ ଅତିଥି କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ,ଯୁଗ୍ମ ସଂପାଦକ ବ୍ରଜକିଶୋର ବିଶ୍ବାଳ, କୋଷାଧ୍ୟକ୍ଷ ଅଶୋକ ମହାପାତ୍ର, ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁବଳ ଚନ୍ଦ୍ର ଦାସମହାପାତ୍ର,ପ୍ରାକ୍ତନ ମୟୂରଭଞ୍ଜ ଜିଲ୍ଲା ଓଷ୍ଟା ସଭାପତି ଶରତ ଚନ୍ଦ୍ର ମହାନ୍ତ,ପ୍ରାକ୍ତନ ସମୟ ସଂପାଦକ ଭରତ ଚନ୍ଦ୍ର ବରାଳ,ଓଷ୍ଟା ଉପସଭାପତି ଜ୍ଞାନ ରଂଜନ ପାଣିଗ୍ରାହୀ,ଓଷ୍ଟା ଜିଲ୍ଲା ସଭାପତି ମୟୂରଭଞ୍ଜ -୧ ଚିତ୍ତରଞ୍ଜନ ପଳତା, ସଂପାଦକ କିଶୋର ଚନ୍ଦ୍ର ଆଚାର୍ଯ୍ୟ, ମୟୂରଭଞ୍ଜ ଜିଲ୍ଲା-୨ ଜିଲ୍ଲା ସଭାପତି ମନୋରଞ୍ଜନ ରାଉତ, ସଂପାଦକ ଦୁର୍ଯୋଧନ ବେହେରା, ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ମହାନ୍ତ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ଜିଲ୍ଲା ସଭାପତି ମନୋରଞ୍ଜନ ରାଉତ ସଭାପତିତ୍ବ କରିଥିଲାବେଳେ ,ପ୍ରକାଶ ଚନ୍ଦ୍ର ନାୟକ ମଂଚ ପରିଚାଳନା କରିଥିଲେ ଏବଂ ସମ୍ପାଦକ ଦୁର୍ଯ୍ୟୋଧନ ବେହେରା ବିବରଣୀ ପାଠ କରିଥିଲେ । ଶିକ୍ଷକମାନେ ରାଜ୍ୟର ଶିକ୍ଷାନୁଷ୍ଠାନ ଏବଂ ଶିକ୍ଷକମାନଙ୍କର ଦୁରାଵସ୍ଥା ଉପରେ ଆଲୋକପାତ କରିଥିଲେ ବିଭିନ୍ନ ଶିକ୍ଷାନୁଷ୍ଠାନର ଆବଶ୍ୟକୀୟ ଶିକ୍ଷକ ନାହାନ୍ତି ।ତଦସହ ସରକାରୀ ଉଚ୍ଚବିଦ୍ୟାଳୟ,ପୂର୍ଣଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମାନେ ସମାନ କାମକୁ ସମାନ ଦରମା ପାଉ ନାହାନ୍ତି । ଶିକ୍ଷକ ନେତୃବୃନ୍ଦ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ ସେଗୁଡିକ ହେଲା ୨୦୧୫ ମସିହାରୁ ବାଦ ପଡ଼ିଥିବା ବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ପ୍ରଦାନ,ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କୁ ପୁର୍ଣ ଅନୁଦାନ ପ୍ରାପ୍ତ ଭଳି ସର୍ତ୍ତାବଳୀ ଲାଗୁ କରିବା,୨୮୦୦ ଗ୍ରେଡ ପରେ ପାଉଥିବା ହିନ୍ଦୀ, ସଂସ୍କୃତ,ଖେଳ ଶିକ୍ଷକ ମାନଙ୍କୁ ୬ ଷ୍ଠ ବେତନ ଦେବାବେଳେ ଅସଙ୍ଗତ ଦୂର କରି ଉଚ୍ଚତର ଦରମା ପ୍ରଦାନ,,୪୮ ବର୍ଷରେ ପଦାର୍ପଣ କରିଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ତାଲିମପ୍ରାପ୍ତ ଶିକ୍ଷକ ମାନଙ୍କ ଦରମା ହାରରେ ପ୍ରଦାନ,ପୂର୍ଣ ଅନୁଦାନ ଓ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ କର୍ମଚାରୀମାନଙ୍କ ପାଇଁ ଅନୁକମ୍ପା ମୂଳକ ନିଯୁକ୍ତିର ପୁନଃ ପ୍ରଚଳନ,ପୁର୍ଣ ଅନୁଦାନ ଓ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କୁ କମ୍ପୋଜିଟ ଗ୍ରାଣ୍ଟ ବ୍ୟବସ୍ଥା,ସମସ୍ତ ବର୍ଗର ବିଦ୍ୟାଳୟରେ ଖାଲିଥିବା ପଦବୀ ପୂରଣ,ପୁର୍ଣ ଅନୁଦାନ ପ୍ରାପ୍ତ ତଥା ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ସରକାରୀ କରଣ, ଅଫିସ ସହାୟକ ମାନଙ୍କ କ୍ଷେତ୍ରରେ ୪୨୦୦ ଗ୍ରେଡ ପରେ ଲାଗୁ, ଯୋଗ୍ୟତାଧାରୀ ଖେଳ ଶିକ୍ଷକଙ୍କୁ ଟିଜିଟି ହାରରେ ଦରମା, ଅବସର ବୟସକୁ ସୀମାକୁ ୬୨ ବର୍ଷକୁ ବୃଦ୍ଧି, ଚୁକ୍ତି ଭିତ୍ତିକ ଶିକ୍ଷକ ମାନଙ୍କର ୬ ବର୍ଷ ଚୁକ୍ତି ଅବଧିକୁ ନିୟମିତ କରିବା ନେଇ ଆଲୋଚନା କରିବା ସହ ନୂତନ ଡବଲ ଇଞ୍ଜିନ ସରକାର ସେମାନଙ୍କ ନ୍ଯାୟୋଚିତ ଦାବିକୁ ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାପାଇଁ ଅନୁରୋଧ କରିବା ନେଇ ବକ୍ତବ୍ୟ ରେ କହିଥିଲେ । ମୁଖ୍ୟ ଅତିଥି ବିଧାୟକ ଜଲେନ ନାଏକ କହିଥିଲେ । ଶିକ୍ଷା ହେଉଛି ସମାଜର ପ୍ରଦୀପ । ଦେଶରେ ପ୍ରଗତିରେ ଶିକ୍ଷକ ମାନଙ୍କ ଭୂମିକା ଅବର୍ଣ୍ଣନୀୟ । ଶିକ୍ଷା ହେଉଛି ଦେଶର ଆର୍ଥିକ ମେରୁଦଣ୍ଡ । ଯେଉଁ ଦେଶ ଯେତେ ଯେତେ ଶିକ୍ଷିତ ସେହି ଦେଶ ସେତେ ପ୍ରଗତିଶୀଳ । ଶିକ୍ଷକ ମାନଙ୍କ ସମସ୍ୟା ଓ ଦୁଃଖକୁ ସେ ଵହୁତ ପାଖରୁ ଦେଖିଛନ୍ତି ।ଶିକ୍ଷକ ମାନଙ୍କ ସୁଖ ଓ ଦୁଃଖର ସାଥୀ ଅଛନ୍ତି । ସେମାନଙ୍କ ସମସ୍ୟାକୁ ସେ ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ ।ସେହିଭଳି ବିଶିଷ୍ଟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷକ ମାନଙ୍କ ପାଇଁ ତାଙ୍କ ଦୁଆର ଚବିଶ ଘଣ୍ଟା ଖୋଲା । ସେମାନଙ୍କ ସମସ୍ୟା ସମାଧାନ ପାଇଁ ସେ ସର୍ବଦା ଚେଷ୍ଟିତ । ଶିକ୍ଷକ ମାନେ ଯେଭଳି କେତେବେଳେ ଅସୁବିଧା ରେ ନ ପଡନ୍ତି ସେଥିପ୍ରତି ସେ ଯତ୍ନଶୀଳ । ଶିକ୍ଷା ର ବିକାଶ ପାଇଁ ଶିକ୍ଷକମାନେ ଯତ୍ନଶୀଳ ହେବା ଦରକାର ।
ପରେ ଦିତୀୟ ଅଧିବେଶନରେ ରାଜ୍ୟ ସଭାପତି ଅକ୍ଷୟ ମିଶ୍ରଙ୍କ ସଭାପତିତ୍ବରେ ଓଷ୍ଟା ମୟୂରଭଞ୍ଜ – ୨ ର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହେବା ସହ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିଲା । ଏଥିରେ ଜିଲ୍ଲା ସଭାପତି ଦୁର୍ଯୋଧନ ବେହେରା, କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ନାଏକ, ଉପସଭାପତି ସତ୍ୟନାରାୟଣ ଦଳ,, ଅଭିମନ୍ୟୁ ମହାନ୍ତ,ମିତା ହାଁସଦା, ସଂପାଦକ -ଭାଗ୍ଯଵାନ ମହାନ୍ତ, ଯୁଗ୍ମ ସଂପାଦକ ରାଧାକାନ୍ତ ମହାରଣା,ଦିଲିପ ମହାନ୍ତ,ଝରଣା ବିହାରୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଧନେଶ୍ଵର ମହାନ୍ତି,ଶୈଳେଶ ବାରିକ,ଲଳିତେନ୍ଦୁ ମହାନ୍ତ,ଶରତ ଗିରି ଏବଂ କୋପ ସଦସ୍ୟ ଭାବେ ଅନାଦି ଶଙ୍କର ଗିରି,ଅଶୋକ ମହାନ୍ତ,ସୁଧାକାନ୍ତ ସାହୁ ମନୋନୀତ ହୋଇଛନ୍ତି । ପରିଚାଳନାରେ ବଳଦେବ ଗିରି,ଦୁଷ୍ମନ୍ତ ମହାନ୍ତ,ରାଜ କୁମାର ବେହେରା,ବ୍ରହ୍ମପଦ ପଣ୍ଡା,କୁତୁଲ ମାରାଣ୍ଡି, ତୁଷାରକାନ୍ତି ମହାନ୍ତ,ରଜତ ମହାନ୍ତ,ସତ୍ୟ ରଞ୍ଜନ ମହାକୁଡ,ସୁବାସ ବାରିକ,କୁଶ ଗିରି,ମାୟାରାଣୀ ମହାନ୍ତି ,ସସ୍ମୀତା ମହାପାତ୍ର,ପ୍ରଶାନ୍ତ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ