୧୬ ମହିଳା ହକି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବେ ଛତ୍ରପୁର ହକି ପ୍ରଶିକ୍ଷଣ କେନ୍ଦ୍ରର ଖେଳାଳି
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଓଡିଶା ନେଭାଲ ଟାଟା ଏଚପିସି ଦ୍ୱାରା ରାଉଲକେଲା ଠାରେ ଆସନ୍ତା ୫ ତାରିଖ ଦିନ ଆୟୋଜିତ ହେବାକୁ ଦ୍ଵିତୀୟ ଅଲ ଇଣ୍ଡିଆ ଅଣ୍ଡର – ୧୬ ମହିଳା ହକି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବେ ଛତ୍ରପୁର ହକି ପ୍ରଶିକ୍ଷଣ କେନ୍ଦ୍ର ର ବାଳିକା ମାନେ l ଏଥିପାଇଁ ରବିବାର ରାଉଲକେଲା ଅଭିମୁଖେ ଯାତ୍ରା କରିଛନ୍ତି ସେମାନେ l ଏଥିରେ ଓଡିଶାର ୮ ଟି ଦଳ ଓ ଅନ୍ୟ ରାଜ୍ୟର ୮ ଟି ଦଳ ଅଂଶ ଗ୍ରହଣ କରିବେ l ଏମାନେ ଗତ ଜୁନ ୧୦ ତାରିଖରେ ଯାଜପୁର ରେ ଆୟୋଜିତ ଫାଷ୍ଟ ଜୋନ ରେ ଅଂଶ ଗ୍ରହଣ କରି ଦ୍ଵିତୀୟ ଅଲ ଇଣ୍ଡିଆ ଅଣ୍ଡର – ୧୬ ମହିଳା ହକି ଟୁର୍ଣ୍ଣାମେଣ୍ଟ ପାଇଁ ଚୟନ ହୋଇଥିଲେ l ଛତ୍ରପୁର ହକି ପ୍ରଶିକ୍ଷଣ କେନ୍ଦ୍ର ର କୋଚ ସନ୍ତୋଷ କୁମାର ଗୌଡ଼ ଓ ମନୋଜ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ହକି ପ୍ରଶିକ୍ଷଣ କେନ୍ଦ୍ରର ୧୬ ଜଣ ଖେଳାଳି ଆଜି ରାଉଲକେଲା ଅଭିମୁଖେ ଯାତ୍ରା କରିଛନ୍ତି l ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣା ଯାଇଛି l ସେଠାରେ କୋଚ ମନୋଜ କୁମାର ସ୍ୱାଇଁ ଉପସ୍ଥିତ ରହି ସେମାନଙ୍କୁ ଉତ୍ସାହିତ କରିବେ ବୋଲି ସୂଚନା ଦେଇଛନ୍ତି l