ଅପ୍ରେଲ ୫ରୁ ଶ୍ରୀ ବାସନ୍ତୀ ନବରାତ୍ରି ପୂଜା

ମା’ଙ୍କ ପୂଜାରେ ଭାଗ ନେଇ ଐଶ୍ୱର୍ଯ୍ୟ ଓ ସାମ୍ରାଜ୍ୟ ପ୍ରାପ୍ତି ପାଇଁ ଭିକ୍ଷା କରନ୍ତୁ
ଭୁବନେଶ୍ୱର : ହନୁମାନ ଭକ୍ତ ସମିତି ତଥା ୟୁନିଟ୍-୫ ଶ୍ରୀଜଗନ୍ନାଥ ମନ୍ଦିରି ମିଳିତ ସହଯୋଗରେ ପବିତ୍ର ଶ୍ରୀ ବାସନ୍ତୀ ନବରାତ୍ରି ପୂଜା ଆଗାମୀ ୫ ଅପ୍ରେଲ୍ ଶୁକ୍ରବାର ଠାରୁ ଆରମ୍ଭ ହୋଇ ୧୩ ଅପ୍ରେଲ ପବିତ୍ର ରାମ ନବମୀ ଦିନ ସମାପ୍ତ ହେବ । ଏହି ପୂଜା ଓଡ଼ିଶାବାସୀଙ୍କ ମଙ୍ଗଳ କାମନା ତଥା ବିଶ୍ୱଶାନ୍ତି ପାଇଁ ସମର୍ପିତ । ପ୍ରତ୍ୟେକ ଦିନ ସନ୍ଧ୍ୟା ୬ ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ସପ୍ତସତି ଚଣ୍ଡି ପାଠ କରାଯାଇ ଘୃତ ଆହୂତି ମାଙ୍କୁ ନବରାତ୍ରି ମାତାମାନଙ୍କୁ ଅର୍ପଣ କରାଯିବ । ପ୍ରଥମ ଦିନ ମା ଶୈଳପୁତ୍ରି, ଦ୍ୱିତୀୟ ଦିନ ମା ବ୍ରହ୍ମ•ରିଣୀ, ତୃତୀୟ ଦିନ ମା ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନ ମା କୁସ୍ମାଣ୍ଡା, ପଞ୍ଚମଦିନ ମା ସ୍କନ୍ଧମାତା, ଷଷ୍ଠ ଦିନ ମା କାତ୍ୟାୟନୀ, ସପ୍ତମଦିନ ମା କାଳରାତ୍ରି, ଅଷ୍ଟମ ଦିନ ମା ମହାଗୌରୀ ଓ ନମତ ଦିନ ମା ସିଦ୍ଧଦାତ୍ରୀଙ୍କର ବିଧିମତେ ପୂଜା କରାଯାଇ ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରାପ୍ତି ହେବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ସଞ୍ଜିବ ପାଇକରାୟ ପୂଜାର ବିବିଧ କାର୍ଯ୍ୟସୂଚୀ ସମ୍ପର୍କରେ ସମ୍ୟକ ସୂଚନା ଦେଇ କହିଥିଲେ ଯେ, ମା’ଙ୍କର ପୂଜାର ଆଶୀର୍ବାଦ ସର୍ବାଗ୍ରେ ଏବଂ ସମସ୍ତଙ୍କ ପାଇଁ ଜରୁରୀ । ମା’ଙ୍କ ପୂଜା ପାଇଁ ଆଗ୍ରହୀ ପରିବାରମାନେ କର୍ତ୍ତା କିମ୍ବା ଜଜମାନ ହୋଇ ନବରାତ୍ରି ପୂଜାରେ ସ୍ୱତନ୍ତ୍ର ପୂଜା ଗ୍ରହଶାନ୍ତି ବି କରିପାରିବେ । ୯ ଦିନ ବ୍ୟାପି ପୂଜାରେ ମାତୃଭକ୍ତମାନେ ଯୋଗ ଦେଇ ଆହୂତି ଓ ସାକଲ୍ୟ ପ୍ରଦାନ କରି ଆଶୀର୍ବାଦ ପ୍ରାପ୍ତି କରନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ରତିକାନ୍ତ ପାଢୀ, ଦେବାଶିଷ ମହାପାତ୍ର, ଜୟପ୍ରକାଶ ମିଶ୍ର, କୁମୁଦିନୀ ପଣ୍ଡା, ଇନ୍ଦିରା ମିଶ୍ର ଓ ପ୍ରଶାନ୍ତ କୁମାର ମିଶ୍ର, ଭୀମସେନ ପାଇକରାୟ ଓ ଦିବ୍ୟା ଶ୍ୱାଶତୀ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ପୂଜାରେ ଆଗ୍ରହୀ ବ୍ୟକ୍ତିିବିଶେଷମାନେ ଜଗନ୍ନାଥ ମନ୍ଦିର ପୂଜକଙ୍କ ଠାରୁ ପୂଜା ସମ୍ପର୍କରେ ସବୁ ସୂଚନା ପାଇପାରିବେ । ବାସନ୍ତୀ ନବରାତ୍ରି ପୂଜା ଓଡ଼ିଶାରେ ଗତ ୧୩ବର୍ଷ ହେଲା ଆରମ୍ଭ ହୋଇ ସୁ•ରୁ ରୁପେ ପରି•ଳିତ ହେଉଛି । ନବରାତ୍ରି ପୂଜାରେ ଓଡ଼ିଶାବାସୀ ବହୁ ସଂଖ୍ୟାରେ ଯୋଗ ଦେଇ ମା’ଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ସଭାପତି ପରେଶ ନାୟକ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ