ବରଗଡ଼ ରାଧାରାଣୀ ବିହାର ରେ ଅଏଁଲା ତଳ
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଗୁରୁବାର ଦିନ ପବିତ୍ର କାର୍ତ୍ତିକ ଚତୁର୍ଦ୍ଦଶୀକୁ ଅଏଁଳା ତଳ ରୂପେ ପାଳିତ ହୋଇଥାଏ । ବରଗଡ଼ ୱା.ନ. ୮ ର ରାଧାରାଣୀ ବିହାରରେ “ରାଧାରାଣୀ ବିହାର ଉନ୍ନୟନ କମିଟି” ପକ୍ଷରୁ ବହୁତ ଉତ୍ସାହର ସହିତ ଅଏଁଳାତଳ ପାଳିତ ହୋଇଥିଲା। ଏଥିରେ ଶତାଧିକ ଶ୍ରଦ୍ଧାଳୁ ଅଂଶଗ୍ରହଣ କରି ମିଳିତ ପୂଜାପାଠ ସହିତ ପ୍ରସାଦ ସେବନ କରିଥିଲେ । ଏହି ଧାର୍ମିକ କାର୍ଯ୍ୟକ୍ରମକୁ କାହ୍ନୁ ଚରଣ ଦାଶ, କୃଷ୍ଣ ଚନ୍ଦ୍ର ପଣ୍ଡା, ତୁଳସୀ ଚରଣ ଦାଶ, ହରେକୃଷ୍ଣ ସାହୁ, ବିନୋଦ ଦାଶ ପ୍ରମୁଖଙ୍କ ଉଦ୍ୟମ ତଥା ପଡ଼ାବାସୀଙ୍କ ଅକୁଣ୍ଠ ସହଯୋଗରେ ସଫଳତାର ସହିତ ସମ୍ପନ୍ନ କରାଯାଇଥିଲା।ପ୍ରତ୍ୟେକ ଧାର୍ମିକ କାର୍ଯ୍ୟକ୍ରମ ରେ ପଡାବାସୀ ଏକତ୍ରିତ ହୋଇ ଏହିପରି ସମାରୋହ ରେ ମିଳିତ ହେବାପାଇଁ ପ୍ରସ୍ତାବ ଦେଇଥିଲେ !