ଏନ.ପି.ଏସ. ଶିକ୍ଷକ ସଂଘର ଗୁରୁତ୍ଵପୂର୍ଣ୍ଣ ବୈଠକ

ହାଟଡିହି, (ବିକାଶ ବିଶ୍ୱାଳ):ଏନ.ପି.ଏସ. ଶିକ୍ଷକ ସଂଘର ସଦସ୍ୟ ଓ କର୍ମକର୍ତ୍ତା ମାନଙ୍କୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ସ୍ଥାନୀୟ ଅଣା ମଠ ଠାରେ ଅନୁଷ୍ଠିତ ହୋଇ ଯାଇଛି। ରାଜକିଶୋର ସ୍ୱାଇଁଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହିି ବୈଠକରେ ପୂର୍ବ ସରକାରଙ୍କୁ ଦିଆଯାଇଥିବା ୩ଦଫା ଦାବି ମଧ୍ୟରୁ କୌଣସି ଦାବି ପୁରଣ ହୋଇ ନଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ୨୦୦୧ ମସିହା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଏନ.ପି.ଏସ ଶିକ୍ଷକ ବ୍ୟାଚ଼ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଆସନ୍ତା ଡ଼ିସେମ୍ବର ୧ ତାରିଖ ଦିନ ଏକ ବୈଠକ ବସିବାକୁ ସ୍ଥିର ହୋଇଥିଲା। ହାଟଡିହି ବ୍ଳକରେ ଏକ ସୁଦୃଢ଼ ଶିକ୍ଷକ ସଂଗଠନ ଗଢି ଶିକ୍ଷକ ମାନଙ୍କର ବହୁବିଦ୍ଧ ସମସ୍ୟାକୁ ସମାଧାନ କରିବା ଏହାର ମୁଳ ଲକ୍ଷ ବୋଲି କର୍ମକର୍ତ୍ତା ମାନେ ମତ ରଖିଥିଲେ। ତେଣୁ ଆମାମି ବୈଠକରେ ସମସ୍ତ ବ୍ୟାଚ଼ର ବିଭିନ୍ନ ସ୍ତରରେ ଥିବା ଏନ.ପି.ଏସ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେବାକୁ ଆହ୍ଵାନ ଦେଇଥିଲେ। ଏହି ବୈଠକରେ ସୁରେନ୍ଦ୍ର ନାଥ ରାଉତ, ପ୍ରଫୁଲ୍ଲ ମଣ୍ଡଳ, ଅନିରୁଦ୍ଧ ବିଶ୍ଵାଳ, ପ୍ରଫୁଲ ସାହୁ, କ୍ଷେତ୍ରବାସୀ ମିଶ୍ର, ସୁଶାନ୍ତ ଜେନା, ଶଶି ଭୂଷଣ ପୂହାଣ, ନଳିନୀ ମହାନ୍ତି, ପ୍ରଭାକର ବେହେରା, ଶ୍ରୀକାନ୍ତ ପଟ୍ଟନାୟକ, ଦେବାଶିଷ ବାରିକ, ସୁମନ୍ତ ନାୟକ, ରଘୁନାଥ ନାୟକ, ସୂର୍ଯ୍ୟ ପ୍ରକାଶ ସେଠୀ, ଜ୍ଞାନ ରଞ୍ଜନ ବେହେରା, ଭକ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେବି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ