ବୃଦ୍ଧାଙ୍କୁ ମାଡ ମାରିବା ସହ ପରିବାର ଲୋକଙ୍କୁ ଧମକ ନେଇ ଥାନାରେ ଅଭିଯୋଗ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଧୀନ ଜଗନ୍ନାଥ ସାହିର ଅମରୁନ୍ ବିବି ନାମକ ଜଣେ ୬୦ ବର୍ଷୀୟ ବୃଦ୍ଧାଙ୍କୁ ମାଡ ମାରି ଗୋଡ ଭାଙ୍ଗି ଦେବା ସହ ତାଙ୍କ ପୁଅ, ବୋହୁ, ସ୍ବାମୀଙ୍କୁ ଜୀବନରୁ ମାରିଦେବେ ବୋଲି ସେହି ଗାଁର କିଛି ବ୍ୟକ୍ତି ଧମକ ଦେଇଥିବା ଧୂଷୁରୀ ଥାନାରେ ଏହି ବୃଦ୍ଧା ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେକ୍ ରଜାକ, ସେକ୍ ଲାଲୋ ଓ ଏହି ଦୁଇଜଣଙ୍କ ସ୍ତ୍ରୀ ଅମରୁନ୍ ବିବିଙ୍କୁ ମାଡ ମାରିବା ସହ ତାଙ୍କ ପରିବାର ବ୍ୟକ୍ତିଙ୍କୁ ଢେଲା ପଥର ଫିଙ୍ଗିଥିଲେ । ବୃଦ୍ଧାଙ୍କ ଗୋଡରେ ଆଘାତ ଲାଗିବା ସହ ସେ ଧାମନଗର ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ପରିବାର ଲୋକଙ୍କୁ ୨ ଦିନ ତଳେ ଅଭିଯୁକ୍ତ ମାନେ ଖଣ୍ଡାରେ ହାଣିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ଅଭିଯୋଗକାରିଣୀଙ୍କ ପରିବାରକୁ ସେହି ଗାଁ ମୁଖିଆ ଗାଁରେ ବାସନ୍ଦ କରିଛନ୍ତି ଓ ସେମାନେ ଭୟର ବାତାବରଣ ମଧ୍ୟରେ ରହିଛନ୍ତି ଓ ସେମାନଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ବୃଦ୍ଧା ନିଜ ଏତାଲାରେ ଦର୍ଶାଇଛନ୍ତି । ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଅସହାୟ ପରିବାର ଥାନାଧିକାରୀଙ୍କୁ ଆକୁଳ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ