ପାରଳାର ଆଧୁନିକ ମିରାକଲ ଡ୍ୟାନ୍ସ ଷ୍ଟୁଡିଓ ଦ୍ୱାରା ଷଷ୍ଠ ଷ୍ଟାର୍ ନାଇଟ ଆୟୋଜିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ଆଧୁନିକ ନୃତ୍ୟ ଅନୁଷ୍ଠାନ ମିରାକଲ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ସ୍ଥାନୀୟ ଗୁଣ୍ଡିଚା ପଡିଆ ଠାରେ ମିରାକଲ ନାଇଟ ପଞ୍ଚମ ସଂସ୍କରଣର ଷଷ୍ଠ ମିରାକଲ ଷ୍ଟାର୍ ନାଇଟ ଆଧୁନିକ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଗୁଣନିଧି ନାୟକ, ପୌରଧକ୍ଷା ନିର୍ମଳା ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରି ଅର୍ଚ୍ଚନା ମଙ୍ଗରାଜ, ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବ ମଞ୍ଚ ତଥା ସିନେ କଳାକାର ଆଦର୍ଶ ଦାସ ଓ ଆୟୋଜକ ଅନୁଷ୍ଠାନ ନିର୍ଦ୍ଦେଶକ ଶୁଭେନ୍ଦୁ ମୋହନ ସେନାପତି ଉପସ୍ଥିତ ଥିଲେ। ଦ୍ଵିତୀୟ ପର୍ଯ୍ୟାୟ ରେ ଓଡ଼ିଆ ସିନେମା ଜଗତର ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅଭିନେତ୍ରୀ ଅନୁ ଚୌଧୁରୀ ଆଗକୁ ଆସୁଥିବା ଚିନ୍ମୟ ଦାସ ନିର୍ଦ୍ଦେଶିତ ସିନେମା ପରବ ବିଷୟ ରେ ସଂକ୍ଷେପରେ କହିବା ସହ ଉପାନ୍ତ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମ ଓ ଅନୁଷ୍ଠାନକୁ ଭୂୟସୀ ପ୍ରଶଂସା କରିଥିଲେ। ପୁର୍ବରୁ ଆୟୋଜିତ ନୃତ୍ୟ ପ୍ରତିଯୋଗୀତାରେ କନିଷ୍ଠ ବିଭାଗ, ଯୁବ ବିଭାଗ, ବରିଷ୍ଟ ବିଭାଗ, ମହିଳା ବିଭାଗ ରେ ଏକକ, ଦ୍ବୈତ୍ୟ ଓ ଦଳଗତ ଭାବେ ବିଭିନ୍ନ ଜିଲ୍ଲାର ପ୍ରାୟ ୧୩୮ ଜଣ କଳାକାର ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ସେମାନଙ୍କ ମଧ୍ୟରୁ କୃତିତ୍ୱ ହାସଲ କରିଥିବା କଳାକାର ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ସାରସ୍ଵତ ସାଧନା ପାଇଁ ବିଚିତ୍ରା ନନ୍ଦ ବେବର୍ତ୍ତା, ସମାଜସେବା ପାଇଁ କନ୍ଦର୍ପ ପାତ୍ର, ଶିକ୍ଷା କ୍ଷେତ୍ରରେ ରଞ୍ଜିତା ପଟ୍ଟନାୟକଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସିନେ କଳାକାର ଙ୍କ ଦମଦାର ସଂଳାପ ସହ ଅନୁଷ୍ଠାନ ର ଶିଶୁ କଳାକାର ଙ୍କ ସମେତ ଅତିଥି କଳାକାର ମାନେ ଆଧୁନିକ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରିଥିବାରୁ ବିଳମ୍ୱିତ ରାତି ପ୍ରଯ୍ୟନ୍ତ ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ।ସମସ୍ତ କାର୍ଯ୍ୟକ୍ରମ କୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଅବିର ଭୂଷଣ ପଣ୍ଡା, ବିଷ୍ଣୁପ୍ରିୟା ଜେନା ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ