କରଞ୍ଜିଆ ଲ୍ୟାମ୍ପସ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

କରଞ୍ଜିଆ,(ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଲ୍ୟାମ୍ପସର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ରେ ଥିବା ପୁରାତନ ଛାତ୍ର ସଙ୍ଘ ର ସଭାଗୃହ ଠାରେ କରଞ୍ଜିଆ ଲ୍ୟାମ୍ପସ ର ସଭାପତି ଗିରିଶ ଚନ୍ଦ୍ର ନାଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ ରେ ମୁଖ୍ୟଅତିଥି ରୂପେ କରଞ୍ଜିଆ ମଣ୍ଡଳ ସମବାୟ ସମିତି ସହକାରୀ ନିବନ୍ଧକ ବସନ୍ତ କୁମାର ନାୟକ, ସମବାୟ ସମିତି ଉପ ନିବନ୍ଧକ ନାରାୟଣ ପାତ୍ର, ରାଜ୍ୟ ସମବାୟ ବୋର୍ଡ ର ନିର୍ଦେଶକ ଗିରିଧାରୀ ପୃଷ୍ଟି, ସମବାୟ ନେତା ତଥା ଲ୍ୟାମ୍ପସ ନିର୍ଦେଶକ ଭୁବନ ବିହାରୀ ସାହୁ, ନିର୍ଦେଶକ କୁମାର ଦେବାଶିଷ ବେହେରା,ନିର୍ଦେଶକ ଭାଗବତ ଚନ୍ଦ୍ର ଦାସ,ଜଗବନ୍ଧୁ ମହାକୁଡ଼, କରଞ୍ଜିଆ ଲ୍ୟାମ୍ପସ ର ପରିଚାଳନା ନିର୍ଦେଶକ ପ୍ରଦୀପ କୁମାର ଗିରି ଙ୍କ ସହିତ ଅନ୍ୟ ନିର୍ଦେଶକ ଓ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ
କରଞ୍ଜିଆ ଲ୍ୟାମ୍ପସ ର ପରିଚାଳନା ନିର୍ଦେଶକ ପ୍ରଦୀପ କୁମାର ଗିରି ବିଗତ ବୈଠକ ର ବିବରଣୀ ଓ ଲ୍ୟାମ୍ପସ ର ଆୟ, ବ୍ୟୟ ର ବିବରଣୀ ଉପସ୍ଥିତ ଅତିଥି ଓ ନିର୍ଦେଶକ, ସଦସ୍ୟ, ସଦସ୍ୟା ଙ୍କୁ ଅବଗତ କରାଇଥିଲେ ବୈଠକ ରେ ଲ୍ୟାମ୍ପସ ର ନୂତନ ଜମି ଅଧିଗ୍ରହଣ,ଚାଷୀଙ୍କୁ ଉନ୍ନତମାନର ସାର, ବିହନ, କୀଟନାଶକ,ଔଷଧ ବଣ୍ଟନ ଏବଂ ଆଗାମୀ ଖରିଫ ଧାନ ସଂଗ୍ରହ ବାବଦରେ ବିଷୋଦ ଆଲୋଚନା କରାଯାଇଥିଲା ଲ୍ୟାମ୍ପସ ର ଭଡା ଘର ନେଇ ଥିବା ଜୈନେକ ବ୍ୟକ୍ତି ଙ୍କ ଦୋକାନ ର ଭଡା ଦେଉନଥିବା ଓ କୌଣସି ଚିଠିକିମ୍ବା ନୋଟିସ ଗ୍ରହଣ କରୁନଥିବା ରୁ ଉକ୍ତ ବ୍ୟକ୍ତି ଙ୍କୁ ନୋଟିସ କରି ତୁରନ୍ତ ଭଡା ଆଦାୟ ନିମନ୍ତେ ପ୍ରସ୍ତାବ ଆଗତ ହୋଇଥିଲା
ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ବୈଠକ ଆୟୋଜନ ରେ କରଞ୍ଜିଆ ଲ୍ୟାମ୍ପସ ର ତପସ୍ୱୀନି ମହାନ୍ତ,ଭବାନୀ ଶଙ୍କର ମହାନ୍ତ ଙ୍କ ସହ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ