ବାଲିଯାତ୍ରାରେ ନୃତ୍ୟ ପରିବେଷଣ କରି ପୁରସ୍କୃତ ହେଲା ସରସ୍ଵତୀ କଳା ପରିଷଦ
କଟକ, (ଯୁଗାଦ୍ଧ ନ୍ୟୁଜ୍):କଟକ ସଦର ଅନ୍ତର୍ଗତ ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ସଂଗଠନ ସରସ୍ବତୀ କଳା ପରିଷଦ(ଏସକେପି) ପକ୍ଷରୁ କଳାକାର ବର୍ଗ କଟକ ଐତିହାସିକ ବାଲିଯାତ୍ରାର ଅକ୍ଷୟ ମହାନ୍ତି ମଞ୍ଚରେ ସମ୍ବଲପୁରୀ ଡାଲଖାଇ ଓ ଓଡିଶୀ ଭଗବତୀ ନୃତ୍ୟ ପରିବେଷଣ କରି ସେମାନଙ୍କର ନିଖୁଣ
କଳାକୃତି ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବା ସହିତ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣି ପାରିଛନ୍ତି । ଗୁରୁ ଅକ୍ଷୟ ଓଝା,ପ୍ରିୟାଂଶୀ ସାହୁ, ସ୍ନିଗ୍ଧା ପଟ୍ଟନାୟକ,ସୁହାନି ସାହୁ,ଶୁଭାକାଂକ୍ଷୀ ଭୋଇ,ଅର୍ପିତା ରାଉତ,ଦେବାଂଶୀ ଦେବଦର୍ଷିନି,ଶୁଭଶ୍ରୀ ବେହେରା,ସଂଗୀତା ବେହେରା, ରୋସନି ଶତପଥୀ ପ୍ରମୁଖ ନୃତ୍ୟ ପରିବେଷଣରେ ଅଂଶ ଗ୍ରହଣ କରିଥିଲେ । ପରିଷଦ ଛାତ୍ରଛାତ୍ରୀ ମାନଙ୍କ ଏହି ମହା ସଫଳତା ନେ଼ଇ ବରେଣ୍ୟ ସଂପାଦକ ନାଟ୍ୟକାର ଗୁରୁ ଶ୍ରୀଯୁକ୍ତ ଅଶୋକ କୁମାର ପଟ୍ଟନାୟକ ଏଵଂ କାର୍ଯ୍ଯକର୍ତ୍ତା ମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସହ କୃତଜ୍ଞତା ଜ୍ଞାପନ କରା ଯାଇଛି ।