କଳା ଓ କ୍ରୀଡା ଶିକ୍ଷକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମୟୁରଭଞ୍ଜ ଜିଲ୍ଲା ଜୋଟ ପରିବାର ତଥା କଳା ଓ କ୍ରୀଡା ଶିକ୍ଷକ ମହାସଂଘ ତରଫରୁ ଆଜି ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ମହୋଦୟଙ୍କୁ ପ୍ରଦାନ କରାଯାଇଛି. ଏହି ସାମୟିକ କଳା ଓ କ୍ରୀଡା ଶିକ୍ଷକ ମାନେ ଗତ 2013 ମସିହାରୁ ଆଜି ପର୍ଯ୍ୟନ୍ତ ସ୍ୱଳ୍ପ ଦରମା ଓ ଚାକିରୀ ସର୍ତ୍ତାବଳି ନଥିବା ସତ୍ୱେ କାର୍ଯ୍ୟ କରି ଆସୁଛନ୍ତି. ବିଭିନ୍ନ ସମୟରେ ଏମାନଙ୍କୁ ସରକାର ଓ ସ୍କୁଲର ପ୍ରଧାନ ଶିକ୍ଷକ ମାନେ ମଧ୍ୟାହ୍ନ ଭୋଜନ , ଜନ ଗଣନା, ନିର୍ବାଚନ ଡିଉଟି, କୋଭିଡ – 19, ସୁରଭି, ନାଚ, ଗୀତ, ଖେଳକୁଦ, ଯୋଗ ଇତ୍ୟାଦି ଅନେକ କାର୍ଯ୍ୟରେ ଏମାନଙ୍କୁ ନିୟୋଜିତ କରିଥାନ୍ତି. କିନ୍ତୁ ଏମାନଙ୍କର ଚାକିରୀର ସ୍ଥାୟିତ୍ୱ ବା ଅସ୍ତିତ୍ୱ ବିଷୟରେ ଅଣଦେଖା କରାଯାଏ. ଦୀର୍ଘ ବାରବର୍ଷ ରୁ ଉର୍ଦ୍ଧ ହେବ ଏମାନେ କାର୍ଯ୍ୟ କରିଆସୁଥିବା ବେଳେ ନିଜ ନ୍ୟାର୍ଯ୍ୟ ଅଧିକାର ଯୋଗାଇ ଦେବାକୁ ସରକାରଙ୍କ ପାଖରେ ବାରମ୍ବାର ଦାବି ରଖି ଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି. ଏହା କେନ୍ଦ୍ର ସରକାରଙ୍କ ଯୋଜନା କହି ବାରମ୍ବାର ସମସ୍ତ ଦାବି କୁ ପ୍ରତ୍ୟଖାନ କରାଯାଇ ଆସୁଛି. ତେବେ ଆଜିର ମହଙ୍ଗା ଯୁଗରେ ଜଣେ ଦିନ ମଜୁରିଆ ଠାରୁ ବି କମ ଦରମାରେ ଏମାନେ ଚଳିବେ କିପରି ସେ ଦିଗରେ ସରକାର ଚିନ୍ତା କରୁନଥିବାରୁ ପାର୍ଟ ଟାଇମ ଭଳି ଘୁର୍ଣ୍ୟ ଓ କୁସ୍ଚିତ ପରମ୍ପରା କୁ ଉଛେଦ କରି ପୂର୍ଣ୍ଣ ଶିକ୍ଷକ ର ମାନ୍ୟତା ପ୍ରଦାନ କରାଯିବା କୁ ଦାବୀ କରି ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛନ୍ତି. ଯଦି ସରକାର ସେମାନଙ୍କ ଦାବି ନଶୁଣନ୍ତି, ତାହାଲେ ରାଜରାସ୍ତା କୁ ଓଲ୍ହାଇ ଆନ୍ଦୋଳନ କରିବେ ବୋଲି ରାଜ୍ୟ ମହାସଂଘ ର ସମ୍ପାଦିକା ସ୍ମିତାଞ୍ଜଳି ମହାପାତ୍ର, ଜିଲ୍ଲା ସଭାପତି ସଂଜିତ କୁମାର ଦାସ, ଜିଲ୍ଲା ସମ୍ପାଦକ ଧର୍ମେନ୍ଦ୍ର ପଣ୍ଡା, କ୍ରୀଡା ଶିକ୍ଷିକା ସସ୍ମିତା ଦାସ, ଚିନ୍ମୟୀ ମହାନ୍ତି, କ୍ରୀଡା ପ୍ରଶିକ୍ଷକ ସଂଜିତ ଦାସ, ପ୍ରମୋଦ ବେହେରା, ସଦାନନ୍ଦ ଦତ୍ତ, ଜ୍ଞାନରଞ୍ଜନ ଲେଙ୍କା, ମନୋଜ ରାମ, ଉଗ୍ରସେନ ବେହେରା, କାର୍ତ୍ତିକ ମହାନ୍ତ, ସଞ୍ଜୟ କୁମାର ଦେ ଓ କଳା ପ୍ରଶିକ୍ଷିକା ସୁଜ୍ୟୋତ୍ସ୍ନା ମହାନ୍ତ ପ୍ରମୂଖ କହିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ