ଫାଇନାଲରେ ରାଣୀ ପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ବାଳିକା କ୍ରିକେଟ୍ ଟିମ୍

ବାଲେଶ୍ୱର, (ସରୋଜ ପଣ୍ଡା):ମଙ୍ଗଳ ବାର ଦିନ ଭୁବନେଶ୍ୱର ସ୍ଥିତ ହାଇଟେକ ପଡିଆଠାରେ ଅନୁଷ୍ଠିତ ଷଷ୍ଠ ରାଜ୍ୟସ୍ତରୀୟ ଦୃଷ୍ଟିହୀନ ମହିଳା କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ଲିଗ ମ୍ୟାଚ ରେ ଲୁଇସ ବ୍ରେଲ କ୍ରିକେଟଟିମ ଓ ରାଣୀପାଟଣା ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଲୁଇସ ବ୍ରେଲ କ୍ରିକେଟ ଟିମର ଅଧିନାୟିକା ଟସରେ ଜିତି ବ୍ୟାଟିଂ ନେବାପାଇଁ ନିଷ୍ପତି ନେଇଥିଲେ ଓ ନିର୍ଦ୍ଧାରିତ ୬ ଓଭର ବିଶିଷ୍ଟ ମ୍ୟାଚରେ ୩୫ ରନ କରିବାପାଇଁ ସକ୍ଷମ ହୋଇଥିଲା । ପାର୍ବତୀ ମାରାଣ୍ଡି ଓ ଇତିକ୍ରୀଷ୍ଣା ଭଞ୍ଜ ବ୍ୟକ୍ତିଗତ ଗୋଟିଏ ଲେଖାଏଁ ୍ୱିକେଟ ଅକ୍ତିଆର କରିଥିଲେ।୩୭ ରନର ବିଜୟ ଲକ୍ଷ୍ୟ ନେଇ ରାଣିପାଟଣା ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟର ପରମ୍ଭିକ ଯୋଡି ପାର୍ବତୀ ମାରାଣ୍ଡି ବ୍ୟକ୍ତିଗତ ୧୦ ବଲ ରୁ ୧୭ ଓ ଇତିକ୍ରୀଷ୍ଣା ଭଞ୍ଜ ୧୪ ବଲରୁ ୧୧ ରନ ଅପରାଜୟ ରହି ଆବଶ୍ୟକ ରନ ସଂଗ୍ରହ କରିବାସହ ଦଳକୁ ସହଜ ବିଜୟ ଦେଇଥିଲେ। ଆଜି ଅନ୍ୟ ଏକ ମ୍ୟାଚରେ ଦଳ ମୟୁରଭଞ୍ଜ କ୍ରିକେଟ ଟିମ କୁ ଭେଟିଥିଲା ନିର୍ଦ୍ଧାରିତ ଆଠ ଓଭର ବିଶିଷ୍ଟ ମ୍ୟାଚରେ ମୟୁରଭଞ୍ଜ ଟସରେ ଜିତି ବ୍ୟାଟିଂ କରିଥିଲା ।ଦଳ ଛଅ ୍ଵିକେଟ ବିନିମୟରେ ୪୯ ରନ କରିଥିଲା ଇତିକ୍ରୀଷ୍ଣା ଭଞ୍ଜ ମେଘନା ସିଂ ଦୁଇଟି ଲେଖଁଏ ୍ଵିକେଟ ନେଇଥିବାବେଳେ ସୁଲୋଚନା ସିଂ ଓ ସୁନିତା ସୋରେନ ଗୋଟିଏ ଲେଖଁଏ ୍ଵିକେଟ ନେଇଥିଲେ। ଆବଶ୍ୟକ ବିଜୟ ଲକ୍ଷ୍ୟକୁ ଓପନର ଯୋଡି ଇତିକ୍ରୀଷ୍ଣା ଭଞ୍ଜ ଓ ପାର୍ବତୀ ମାରାଣ୍ଡି ୫.୩ ଓଭରରେ ସଂଗ୍ରହ କରିନେଇ ଥିଲେ। ପାର୍ବତୀ ମାରାଣ୍ଡି ୧୬ବଲରୁ ୧୮ ଓ ଇତିକ୍ରୀଷ୍ଣା ଭଞ୍ଜ ୧୯ ବଲରୁ ୧୬ ରନ କରି ଦଳକୁ ବିଜୟ କରିବା ସହ ଦଳ ଆସନ୍ତା କାଲି ଫାଇନାଲ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛି।ଇତିକ୍ରୀଷ୍ଣା ଭଞ୍ଜ ଉଭୟ ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ। ଆସନ୍ତା କାଲି ରାମଦେବୀ ସହ ରାଣୀ ପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ମ୍ୟାଚ୍ ଅନୁଷ୍ଠିତ ହେବା ଖେଳାଳି, କୋଚ ଓ ମ୍ୟାନେଜର ଙ୍କୁ ବିଦ୍ୟାଳୟର ନିର୍ଦେଶକ ଶ୍ରୀଯୁକ୍ତ ଦିବାକରସ.ଧନ୍ୟବାଦ ଜଣାଇ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ