ବିଶ୍ବ ଏଡସ ଦିବସରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

କରଞ୍ଜିଆ,(ଜିତେନ୍ଦ୍ର ରାଜ):କରଞ୍ଜିଆ ସହର ସ୍ଥିତ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟା ଳୟ ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ ସହଯୋଗ ରେ ଅଧ୍ୟକ୍ଷ ଦିଲ୍ଲୀପ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ବିଶ୍ବ ଏଡସ ଦିବସ ପାଳିତ ହୋଇ ଯାଇଛି ।ବିଶ୍ବ ଏଡସ ଦିବସ ପାଳନ ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ପୃଷ୍ଟି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ଏଡ଼ସର ଭୟାବହତା ଓ ସୁରକ୍ଷିତ ରହିବା ପାଇଁ ସଚେତନ କରାଇ ଥିଲେ । ଓଡ଼ିଆ ଅଧ୍ୟାପକ ଯୁବ ରେଡକ୍ରସ ପରାମର୍ଶ ଦାତା ମାନସ ରଞ୍ଜନ ବେହେରାଙ୍କ ନେତୃତ୍ବରେ ଏହି ଏଡସ ପାଇଁ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଥିଲା । ଏହି ସଚେତନତା ସଭାଯାତ୍ରା ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ବାହାରି ସ୍ଥାନୀୟ ଅଙ୍କୁରା ଛକ ହେଇ ପୋଷ୍ଯ ଗ୍ରାମ ଅଙ୍କୁରା ର ଟେଣ୍ଟୋପୋଷି , ଚତୁରିସାହି,ନୂଆସାହି ଭ୍ରମଣକରି ବିଭିନ୍ନଏଡସ ସଚେତନତା ସ୍ଳୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନକରି ଏଡସର ଭୟାବହତା ସମ୍ପର୍କରେ ଅବଗତ କରାଇବା ସହ ଏଡସ ରୋଗୀଙ୍କୁ ଘୃଣା ନ କରିବା ପାଇଁ ଅନୁରୋଧ କରିଥିଲେ । ଏହି ବିଶ୍ବ ଏଡସ ଦିବସ ର ସଚେତନତା ସଭାଯାତ୍ରାରେ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବର୍ଷା ପ୍ରିୟଦର୍ଶନୀ,ସନ୍ତୋଷିନୀ,ସ୍ନେହାରାଣୀ,
ବର୍ଷା,ପୂଜାରାଣୀ,ଏଲିନା,ସରସ୍ଵତୀ,
କଳ୍ପନା,
ଅଭିଲିପ୍ସା,ବିନ୍ଦୁମୋତି,ଅର୍ଚ୍ଚିତା,ସାଲଗେ,କଣ୍ଢେଇ,ଦିପ୍ତୀମୟୀ,ହିନ୍ଦୁଲିନା,ଭବାନୀ,ଲକ୍ଷ୍ମୀପ୍ରୀୟା,ପଦ୍ମାବତୀ , ଛାତ୍ରୀ ନିବାସ ର ଆଟେଣ୍ଡାଣ୍ଟ ବର୍ଷା ନାଏକ, ଡି.ଇ.ଓ. ମହେଶ୍ବର ମହାନ୍ତ ଓ ଭୀମସେନ ବେହେରା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ