କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟାରେ ଓଡ଼ିଶୀ ଓ ମୋହିନୀ ନାଟ୍ୟମ ନୃତ୍ୟ
ନିମାପଡ଼ା,(ସନ୍ତୋଷ ଦାଶ):୩୫ତମ କୋଣାର୍କ ଉତ୍ସବର ମଙ୍ଗଳବାର ଥିଲା ତୃତୀୟ ଦିନ। କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଥମ ପର୍ଯ୍ୟାୟରେ ପରିବେଷଣ ହୋଇଥିଲା ଓଡ଼ିଶୀ ନୃତ୍ୟ। କୋଲକାତାର ଅର୍ଣ୍ଣବ ବନ୍ଦୋପାଧାୟଙ୍କ ନୃତ୍ୟ ଅନୁଷ୍ଠାନ ଦର୍ପଣୀର ନୃତ୍ୟ ଶିଳ୍ପୀ ମାନେ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ।ତାପରେ ଦ୍ଵିତୀୟ ପର୍ଯ୍ୟାୟରେ
ଯୁକ୍ତରାଷ୍ଟ୍ର ଆମେରିକାର ଡ଼ଃ. ସୁଧାନନ୍ଦ ନାୟାରଙ୍କ ଦଳ ପକ୍ଷରୁ
ପରିବେଷଣ ହୋଇଥିଲା ମୋହିନୀ ନାଟ୍ୟମ ନୃତ୍ୟ। ଦର୍ଶକ ମାନେ ମଞ୍ଚରେ ଓଡ଼ିଶୀ ଓ ମୋହିନୀ ନାଟ୍ୟମ ନୃତ୍ୟ ଦେଖି ବିଭୋର ହୋଇ ଯାଇଥିଲେ।କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ଼ଃ. ମୃତ୍ୟୁଞ୍ଜୟ ରଥ ଓ ମାନସୀ ମିଶ୍ର ସଂଯୋଜନା କରିଥିବାବେଳେ ସେମାନଙ୍କୁ ଡ଼ଃ. ସଂଗୀତା ଗୋସାଇଁ ଓ ଡ଼ଃ. ଭାଗ୍ୟଲିପି ମଲ୍ଲ ସହଯୋଗ କରିଥିଲେ। ତୃତୀୟ ସଂଧ୍ୟାରେ ଅତିଥି ଭାବେ ଗଜପତି ରାଜା ଦିବ୍ୟସିଂହ ଦେବ, ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ଗୁରୁ ଧନେଶ୍ଵର ସ୍ଵାଇଁ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବିଶ୍ୱଜିତ ରାଉତରାୟ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳକ ଡ଼ଃ.ଲଲାଟେନ୍ଦୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ।