ହିନ୍ଦୁ ଜାଗରଣ ମଞ୍ଚ ତରଫରୁ କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ
କୋରାପୁଟ,(ହେମନ୍ତ ପାଣିଗ୍ରାହୀ): କୋରାପୁଟ ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ବାଂଲାଦେଶୀ ରୋହେଙ୍ଗ୍ୟ ମାନଙ୍କୁ ଚିହ୍ନିତ କରି ସେମାନଙ୍କୁ କୋରାପୁଟ ଜିଲ୍ଲାରୁ ହଟାଇବା ନିମନ୍ତେ ଏକ ଶୋଭାଯାତ୍ରା ସ୍ଥାନୀୟ ଆର୍ଟିଓ ଅଫିସ ନିକଟରୁ ଆରମ୍ଭ ହୋଈ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଯାଇଥିଲା। ଅଭିଯାନର ନେତୃତ୍ୱ ନେଇଥିଲେ ବିଶ୍ଵ ହିନ୍ଦୁ ପରିଷଦର କୋରାପୁଟ ଜିଲ୍ଲା ର ସମସ୍ତ ବ୍ଳକ୍ ର ନେତା ଓ ହିନ୍ଦୁ ଜାଗରଣ ମଞ୍ଚ ର କର୍ମକର୍ତ୍ତା ବିନାୟକ ଆଚାର୍ଯ୍ୟ, ଅମିତ୍ ଅଗ୍ରୱାଲ, ବାବୁ ଭାଇ ବଜରଙ୍ଗି, ବଦ୍ରୀ ନାରାୟଣ ଆଚାର୍ଯ୍ୟ, ଦୀପକ କୁମାର ପଟ୍ଟନାୟକ, ବିଶ୍ଵ ତ୍ରିପାଠୀ, ରାମନାରାୟଣ ବିଶୋଇ ପ୍ରମୁଖ। ଏହି ରାଲ୍ଲି ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖ ରେ ପହଞ୍ଚି ବାଂଲାଦେଶ ରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଆକ୍ରମଣ ଓ ଅତ୍ୟାଚାର ବନ୍ଦ୍ କରିବା, ଭାରତରୁ ରୋହେଙ୍ଗ୍ୟା ମାନଙ୍କୁ ଚିହ୍ନିତ କରି ଦେଶରୁ ବିତାଡିତ କରିବା ମୁଖ୍ୟ ମୁଦ୍ଦା ଥିଲା। ବିଶ୍ଵ ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଜିଲ୍ଲାପାଳ ଙ୍କ ଜରିଆ ରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ଭି କିର୍ତିଭାସନ ବିଶ୍ଵ ହିନ୍ଦୁ ଜାଗରଣ ମଞ୍ଚର ଦାବିପତ୍ର ଗ୍ରହଣ କରିଥିଲେ।