ଗଜପତି ଶିକ୍ଷା ବିଭାଗରେ ବିଚିତ୍ର ନୀତି ୧୫ ଛାତ୍ରଙ୍କ ପାଇଁ ୬ ଜଣ ଶିକ୍ଷକ ଠିକାଦାର କବଜାରେ ରୋଷେଇ ଘର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଶିକ୍ଷା ବିଭାଗର ତ୍ରୁଟିପୁର୍ଣ ଓ ବିଚିତ୍ର ନୀତି ଲକ୍ଷ୍ୟ କରାଯାଇଛି. ଜିଲ୍ଲାର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୫ ଜଣ ଛାତ୍ରଙ୍କୁ ପାଠ ପଢାଇବା ପାଇଁ ୬ ଜଣ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି. ସେହିପରି ଏହି ବିଦ୍ୟାଳୟର ରୋଷେଇ ଘରକୁ ଠିକାଦାର ସିମେଣ୍ଟ ଓ ବିଭିନ୍ନ ଜିନିଷ ରଖି ରୋଷେଇ ଘରକୁ ବେଦଖଲ କରିଥିବାବେଳେ ବିଦ୍ୟାଳୟ ପରିସରରେ ଥିବା ଏକ ପରିତ୍ୟକ୍ତ କୋଠରୀର ବାରଣ୍ଡାରେ ବିପଦଜନକ ଭାବେ ରୋଷେଇ କରାଯାଇ ଛାତ୍ରଙ୍କ ଖାଦ୍ୟ ପ୍ରସ୍ତୁତ କରାଯାଉଛି. ଏଠାରେ ସୂଚନାଯୋଗ୍ୟଯେ, ଶିକ୍ଷାର ବିକାଶ ପାଇଁ ସରକାର ବହୁ ଯୋଜନା କରିଛନ୍ତି ଭିତ୍ତିଭୂମିର ବିକାଶ ପାଇଁ କେଉଁଠି ଶ୍ରେଣୀ ଗୃହ ନିର୍ମାଣ ହେଉଛି ତ କେଉଁଠି ସୈଖିକ ବାତାବରଣ ସୃଷ୍ଟି ପାଇଁ ପଦ ପଦକ୍ଷେପ ନିଆଯାଉଛି ।ହେଲେ ବିଭାଗୀୟ ଅଧୂକାରୀ ମାନଙ୍କ ଖାମଖୁଆଲ ମନୋଭାବ ଯୋଗୁ ଶିକ୍ଷା ବ୍ୟବସ୍ଥାରେ ଅନେକ ସ୍ଥାନରେ ତୃଟି ଦେଖୁବାକୁ ମିଳୁଛି । କେଉଁଠି ଶ୍ରେଣୀ ଥୁଲେ ଶିକ୍ଷକ ନାହାନ୍ତି ତ କେଉଁଠି ଆବଶ୍ୟକତା ଠାରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଗଜପତି ଜିଲ୍ଲା ଜିଲ୍ଲା ମୋହନା ବ୍ଲକ ଶିକ୍ଷା ବିଭାଗରେ ଦେଖୁବାକୁ ମିଳିଛି ଏଭଳି ବିଚିତ୍ର ନୀତି. ଅଡବା ପ୍ରାଥମିକ ବିଦ୍ୟାଳୟରେ ପଞ୍ଚାୟତ ଅଡପଙ୍କ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟରେ ୧୫ଜଣ ଛାତ୍ରଛାତ୍ରୀ ଥିବାବେଳେ ୬ ଜଣ ଶିକ୍ଷକ ପାଠ ପଢ଼ାଇବା ପାଇଁ ରହିଛନ୍ତି. ସେମାନେ ହେଲେ ପ୍ରଧାନଶିକ୍ଷୟିତ୍ରୀ ରଞ୍ଜନା କୁମାରୀ ନାୟକ, ସହକାରୀ କାରୀ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା, ଜିରିମିୟ ଗମାଙ୍ଗ, ଅଜିତ କୁମାର ବେହେରା, ଶିକ୍ଷୟିତ୍ରୀ ସୁଭଦ୍ରା ମଲ୍ଲିକ ଓ ଲଙ୍କେଶ୍ଵରୀ କହଁର ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ ନିଯୁକ୍ତି ପାଇଛନ୍ତି. ଛାତ୍ରଛାତ୍ରୀ ତୁଳନାରେ ଶିକ୍ଷକ ନିଯୁକ୍ତି ନିୟମକୁ ଏହି ବିଦ୍ୟାଳୟରେ ଖୋଲାଖୋଲି ଉଲଙ୍ଘନ ହୋଇଛି । ବ୍ଲକର ଅନେକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ତୁଳନାରେ କମ୍ ଶିକ୍ଷକ ନିଯୁକ୍ତି ପାଇଛନ୍ତି ହେଲେ କାହା ସ୍ୱାର୍ଥରେ ଏହି ବିଦ୍ୟାଳୟରେ ୧୫ ଛାତ୍ର ଛାତ୍ରୀଙ୍କୁ ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବିଭାଗୀୟ ଅଧୂକାରୀମାନଙ୍କ ଅଜାଣତରେ ଏଭଳି ନିଯୁକ୍ତି କରିଛନ୍ତି ନା ମୋଟା ଅଙ୍କର ହତଗୁଞ୍ଜ ନେଇ ଜାଣିଶୁଣି ନିଯୁକ୍ତି କରିଛନ୍ତି ତାହା ଚର୍ଚ୍ଚର ବିଷୟ ପାଲଟିଛି । ଏଥିସହ ବିଦ୍ୟାଳୟର ୪ ଟି ଶ୍ରେଣୀଗୃହ ଥିବାବେଳେ ଅନ୍ୟ ୨ ଟି ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଚାଲିଛି. ବିଦ୍ୟାଳୟରେ ସ୍ଥାୟୀ ରୋଷେଇ ଘର ଥିବା ସତ୍ତ୍ବେ ଏକ ପରିତ୍ୟକ୍ତ ଶ୍ରେଣୀ ଗୃହ ବାରଣ୍ଡାରେ ଚାଲିଛି ମଧ୍ୟାହ୍ନ ଭୋଜନ ରୋଷେଇ । ସ୍ଥାୟୀ ରୋଷେଇ ଘରେ ଠିକାଦାରଙ୍କ ସିମେଣ୍ଟ ଓ ବିଭିନ୍ନ ସାମଗ୍ରୀ ରଖି କୋଠରୀକୁ କବଜା କରିଛି. ଏଥିନେଇ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି.